ମହାମାୟା ଉପ୍ରା ବିଦ୍ୟାଳୟରେ ବିଚାରପତି ବିଶ୍ୱଜିତ ମହାନ୍ତଙ୍କ ପରିଦର୍ଶନ

ବିଚାରପତି ଜଷ୍ଟିସ ମହାନ୍ତି ଏହି ଅବସରରେ ଉକ୍ତ ବିଦ୍ୟାଳୟ ସହ ତାଙ୍କର ସମ୍ପର୍କ ଓ ଅନୁଭୂତି….

କଟକ : ଓଡିଶା ଉଚ୍ଚ଼ ନ୍ୟାୟାଳୟର ବିଚାରପତି ବିଶ୍ୱଜିତ ମହାନ୍ତି କେଶରପୁରସ୍ଥିତ ମହାମାୟା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଶିକ୍ଷାନୁଷ୍ଠାନରେ ପହଞ୍ଚିବା ପରେ ଜଷ୍ଟିସ ମହାନ୍ତିଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ସ୍ୱାଗତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପୁଷ୍ପାଙ୍କ ବାନାର୍ଜୀ, ସଦସ୍ୟା ଆଭାରାଣୀ ବୋଷ, ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ପରିଡା, ଶିକ୍ଷୟିତ୍ରୀ ସୋନାଲିସା ସାହୁ ଜଷ୍ଟିସ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

ସେ ଏହି ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର । ବିଚାରପତି ଜଷ୍ଟିସ ମହାନ୍ତି ଏହି ଅବସରରେ ଉକ୍ତ ବିଦ୍ୟାଳୟ ସହ ତାଙ୍କର ସମ୍ପର୍କ ଓ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହା ସହିତ ସେ ଛାତ୍ର ଥିବା ସମୟରେ ଯେଉଁ ପ୍ରକୋଷ୍ଠରେ ବସି ଶିକ୍ଷାଲାଭ କରୁଥିଲେ ତାହା ମନେ ପକାଇଥିଲେ । ବିଦ୍ୟାଳୟ ପରିଦର୍ଶନ କରି ଜଷ୍ଟିସ ମହାନ୍ତି ଖୁବ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ ।