ସାଢେ଼ ଚାରିକୋଟିଙ୍କ ଭାଗ୍ୟ ବିଧାତା ଭିକେ ପାଣ୍ଡିଆନ୍‌

ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର କୌଣସି ଭୂମିକା ନାହିଁ । ଗଣତନ୍ତ୍ରର ରାଜାମାନଙ୍କୁ ପ୍ରଶାସନିକ ସେବା ଅଧିକାରୀଙ୍କ ଦୟାର ପାତ୍ର ହୋଇ ରହିବାକୁ ପଡ଼ିଥାଏ । ପୁଲିସ ବିଭାଗର ସାମାନ୍ୟ କନଷ୍ଟେବଲ ଗଣତନ୍ତ୍ରର ରାଜାଙ୍କୁ ବିଚରାସ୍ତାରେ ଲାଠିମାଡ଼ କରିବାର କ୍ଷମତା ରଖିଛି । ମାତ୍ର ଗଣତନ୍ତ୍ରର ଚାକରଙ୍କ ତ୍ରୁଟି ବାଛିବାର ଅଧିକାର ରାଜାଙ୍କ ପାଖରେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୀର୍ଘ ୨୩ ବର୍ଷର ଶାସନକୁ ଅନୁଧ୍ୟାନ କରି ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଶିଷ୍ଟ ସମାଜସେବୀ ନଗେନ୍ଦ୍ର ଖଟୁଆ ।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ଦେଶର କୌଣସି ରାଜନୈତିକ ଦଳ ଲୋକଙ୍କ ପ୍ରତି ଅନୁରକ୍ତ ନୁହନ୍ତି । ସବୁ ରାଜନୈତିକ ଦଳର ନେତାମାନେ ଆପଣା ଆପଣା ମର୍ଜିକୁ ଲୋକଙ୍କ ଉପରେ ଲଦି ଦେଉଛନ୍ତି । ଲୋକଙ୍କ ମନକୁ ବୁଝିବା ଭଳି ନେତାଟିଏ ମିଳିବା କଷ୍ଟକର ।

ଦିନ ଥିଲା, ମହାତ୍ମା ଗାନ୍ଧୀଙ୍କ ଭାଷଣ ଶୁଣିବାକୁ ଲୋକମାନେ ସାଙ୍ଗରେ ଚୁଡ଼ା, ମୁଢ଼ି, କଦଳୀ, ଗୁଡ଼ ଧରି ଦିନଦିନ ଧରି ବାଟ ଚାଲି ଭାଷଣ ସ୍ଥାନକୁ ଯାଉଥିଲେ । ମାତ୍ର ଆଜିର ନେତାଙ୍କ ଭାଷଣକୁ ଶୁଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ନାହିଁ । ଆଜି ଲୋକମାନେ ଭାଷଣ ସ୍ଥାନକୁ ଯିବା ପାଇଁ ରାଜନେତାଙ୍କଠାରୁ ଟଙ୍କା ଦାବି କରୁଛନ୍ତି ।

ଗଣତନ୍ତ୍ର ଶାସନ ଆଜି ବାଟ ହୁଡ଼ିଯାଇଛି । ଏଠି ରାଜନେତା ଆପଣା ଲାଭକୁ ଦେଖୁଛି । ଭୋଟର ଆପଣା ଲାଭକୁ ଦେଖୁଛି । ଦେଶ ବା ରାଜ୍ୟର ସ୍ୱାର୍ଥକୁ କେହି ପ୍ରାଥମିକତା ଦେଉନାହାନ୍ତି । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ରାଜନୈତିକ ନେତାଙ୍କ ଆଦେଶକୁ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀମାନେ ପାଳନ କରୁଥିଲେ । ତା’ର କାରଣ ସେମାନଙ୍କର ଶିକ୍ଷା ଓ ଦୀକ୍ଷା । ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗଙ୍କ ଭଳି ନେତାମାନେ କଥା କଥାକେ ଆଇଏଏସ୍‌ ଅଧିକାରୀଙ୍କ ଉପରେ ନିର୍ଭର କଲେ ।

କିନ୍ତୁ ନବୀନ ପଟ୍ଟନାୟକଙ୍କ ଭଳି ନେତାମାନେ ଆଇଏଏସ୍‌ ଅଧିକାରୀଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି । ତୃତୀୟ ଶ୍ରେଣୀରେ ପାସ କରିଥିବା ଲୋକମାନଙ୍କୁ ଭୋଟ ଦେଇ ପ୍ରତିନିଧି କରିବାର ପରିଣାମ ଭୋଗୁଛନ୍ତି ରାଜ୍ୟର ସାଢେ଼ ଚାରିକୋଟି ଜନତା ।

ନବୀନ ପଟ୍ଟନାୟକଙ୍କ ଦୁର୍ବଳତାକୁ ଭଲ ଭାବରେ ପଢ଼ି ସାରିଛନ୍ତି ଭିକେ ପାଣ୍ଡିଆନ । ନବୀନ ପଟ୍ଟନାୟକଙ୍କୁ ଦାମୀ ମଦ ଆଉ ଦାମୀ ସିଗାରେଟ୍‌ ଦରକାର । ସେତିକି ଧରାଇ ଭିକେ ପାଣ୍ଡିଆନ ରାଜକୋଷକୁ ଲୁଟି ଚାଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିବାରୁ ଅନ୍ୟ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀମାନେ ପାଣ୍ଡିଆନଙ୍କ କାମକୁ ବିରୋଧ କରୁନାହାନ୍ତି ।