ରାଜ୍ୟରେ ଆସନ୍ତାକାଲିଠୁ ବଢିବ ଶୀତ-shaksi news

ଭୁବନେଶ୍ୱର (ଏସ ନ୍ୟୁଜ ): ଏସ୍ ନ୍ୟୁଜ ଆସନ୍ତାକାଲିଠାରୁ ରାଜ୍ୟରେ ବଢ଼ିବ ଶୀତ। ଜାନୁଆରୀ ୨ ଯାଏଁ ଓଡ଼ିଶାରେ ପ୍ରବଳ ଶୀତ ହେବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ଅନେକ ସ୍ଥାନରେ ୧୧ରୁ ୧୦ ଡିଗ୍ରୀ ଯାଏ ପାରଦ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାସହ ରାଜ୍ୟର ୬ ଜିଲ୍ଲାରେ ଅତ୍ୟଧିକ ଶୀତ ନେଇ ୟେଲ୍ଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏନେଇ ଏସଆରସି ମଧ୍ୟ ସତର୍କତା ସୂଚନା ଜାରି କରିଛନ୍ତି।ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ।