ଜଙ୍ଗଲକୁ ଯାଇଥିବାବେଳେ ବ୍ରଜାଘାତରେ ଜଣେ ମୃତ

କଣ୍ଟାବାଞ୍ଜି : ବ୍ରଜପାତରେ ଜଣେ ମୃତ । ମୃତକ ଜଣକ ହେଲେ ତୁରକେଲା ଥାନା କାଦୋବେଡା ଗାଁର ପତି ଝାଙ୍କର । ରବିବାର ସନ୍ଧ୍ୟାରେ ଜଙ୍ଗଲକୁ କପା ଲଗାଇବାକୁ ଯାଇଥିବା ବେଳେ ସେ ଘରକୁ ଫେରିନଥିଲେ । ରାତିରେ ଘରଲୋକ ଜଙ୍ଗଲକୁ ଖୋଜିବାକୁ ଯାଇ ବ୍ରଜପାତରେ ପତି ଝାଙ୍କରଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ଆଜି ସକାଳେ ତୁରକେଲା ପୋଲିସ ଶବ ଜବତ କରି ଅଧିକ ତଦନ୍ତ କରୁଛି ।