ସନ୍ନିଙ୍କ ନାଁରେ ଠକେଇ ଅଭିଯୋଗ

ମୁମ୍ବାଇ: ବଲିଉଡର ଅଭିନେତା ସନ୍ନି ଦେଓଲ କୌଣସି କାରଣରୁ ବିବାଦ ଘେରକୁ ଆସିଛନ୍ତି । ବାସ୍ତବରେ ପ୍ରସିଦ୍ଧ ପ୍ରଡ୍ୟୁସର ସୁନୀଲ ଦର୍ଶନ ସନ୍ନିଙ୍କ ଉପରେ ଠକେଇ ଅଭିଯୋଗ କରିଛନ୍ତି । ଏକ ସାକ୍ଷାତକାରରେ ସେ ସନ୍ନିଙ୍କ ସହ ହୋଇଥିବା ଖରାପ ସମ୍ପର୍କ ବିଷୟରେ ପ୍ରକାଶ କରିଛନ୍ତି । ନିକଟରେ ସୁନୀଲ ଦର୍ଶନ କହିଛନ୍ତି ଯେ ପ୍ରାୟ ୨୦ ବର୍ଷ ପୂର୍ବେ ସେ ସନି ଦେଓଲଙ୍କ ସହ ଏକ ଫିଲ୍ମରେ କାମ କରୁଥିଲେ । କିନ୍ତୁ ସୁଟିଂ ଶେଷ ହେବା ପୂର୍ବରୁ ଅଭିନେତା ଲଣ୍ଡନ ଯାଇଥିଲେ ହେଲେ ଆଉ ଫେରି ନଥିଲେ ।

ଏହି କାରଣରୁ ତାଙ୍କୁ ତାଙ୍କ ଚଳଚ୍ଚିତ୍ରକୁ ସଠିକ ଭାବରେ ଶେଷ ନକରି ରିଲିଜ୍‌ କରିବାକୁ ପଡିଥିଲା । ଏହି ଫିଲ୍ମ ପାଇଁ ସନ୍ନି ମଧ୍ୟ ତାଙ୍କଠାରୁ ଫି ନେଇଥିଲେ । ଏହା ବ୍ୟତୀତ ଆହୁରି କହିଛନ୍ତି କି ସନ୍ନି ମୋତେ କହିଥିଲେ କି ସେ ମୋର ପରବର୍ତ୍ତୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ଏହା ସହ ଚଳଚ୍ଚ଼ିତ୍ରରେ ସାଇନ କରି ଫି ବୁଝାମଣା ବି କରାଯାଇଥିଲା । ସୁନୀଲ କହିଛନ୍ତି ଯେ କିନ୍ତୁ ପରେ ଯେତେବେଳେ ସନ୍ନି ଦେଓଲ ଲଣ୍ଡନରୁ ଭାରତ ଫେରିଥିଲେ, ସେତେବେଳେ ସେ ଅନୁଭବ କରିଥିଲେ ଯେ ଅଭିନେତା ତାଙ୍କ ସହ ପୁଣି କାମ କରିବା ଆରମ୍ଭ କରିବେ ।