ଅକ୍ଟୋବର ୯ରେ ରାଞ୍ଚିରେ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା

୯ ଅକ୍ଟୋବରରେ ହେବାକୁ ଥିବା ମ୍ୟାଚ୍‌କୁ ନଜରରେ ରଖି ରାଞ୍ଚିର ଜିଏସସିଏ ଷ୍ଟାଡିୟମରେ ପ୍ରସ୍ତୁତି…..

ନୂଆଦିଲ୍ଲୀ : ଭାରତ ଗସ୍ତରେ ଦକ୍ଷିଣ ଆଫ୍ରିକା ଟିମ ରାଞ୍ଚିର ଜିଏସସିଏ ଷ୍ଟାଡିୟମରେ ୯ ଅକ୍ଟୋବରରେ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିବେ । ପ୍ରଥମ ଦିନିକିଆ ମ୍ୟାଚ ୬ ଅକ୍ଟୋବରରେ ଲକ୍ଷେ୍ନøରେ ହେବାକୁ ଥିବା ବେଳେ ସିରିଜର ତୃତୀୟ ଓ ଅନ୍ତିମ ଦିନିକିଆ ମ୍ୟାଚ ୧୧ ଅକ୍ଟୋବରକୁ ଦିଲ୍ଲୀରେ ଖେଳାଯିବ । ୯ ଅକ୍ଟୋବରରେ ହେବାକୁ ଥିବା ମ୍ୟାଚ୍‌କୁ ନଜରରେ ରଖି ରାଞ୍ଚିର ଜିଏସସିଏ ଷ୍ଟାଡିୟମରେ ପ୍ରସ୍ତୁତି ଚାଲିଥିବା ବେଳେ ଟିକେଟକୁ ନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ।