ରାଜ୍ୟରେ ଅହୁରି ୫ଦିନ ଜାରି ରହିବ ଶୀତ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପକୁ ଲୋକେ ଅନୁଭବ କରୁଛନ୍ତି । ଗତକାଲି ରାତିରେ ସର୍ବଧିକ ଶୀତ ସିମିଳିଗୁଡ଼ା ଏବଂ କୋରାପୁଟରେ ଦେଖିବାକୁ ମିଳିଥିଲା । ଏହାର ସର୍ବନିମ୍ନ ତାପମାତ୍ରା ୭.୬ଡିଗ୍ରି ରହି ରେକର୍ଡ ସୃଷ୍ଟି କରିଛି । ଅନ୍ୟପଟେ ସମତଳ ଅଂଚଳ, ଫୁଲବାଣୀରେ ୯.୫ଡିଗ୍ରି ଓ କିରୋଇରେ ୯.୪ଡିଗ୍ରି ତାତି ରହିଥିଲା । ଏହାସହ ରାଜ୍ୟର ୨୪ଟି ସହରର ତାପମାତ୍ରା ୧୫ଡିଗ୍ରି ତଳକୁ ଥିଲା । ଦାରିଙ୍ଗ ବାଡି ଓ କେନ୍ଦୁଝରରେ ୧୦ ଡିଗ୍ରି, ଝାରସୁଗୁଡାରେ ୧୦.୬ଡିଗ୍ରି, ଦେବଗଡ଼ରେ ୧୧.୫ ଡିଗ୍ରି ଓ ହୀତାକୁଦରେ ୧୧.୮ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।