୨୪ ଘଣ୍ଟା ଭିତରେ ରାଜ୍ୟରେ ୬୦୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୯୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି।ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୮ ଜଣ, ବାଲେଶ୍ୱରରୁ୨୧ ଜଣ, ବରଗଡ଼ରୁ ୪ ଜଣ, ଭଦ୍ରକରୁ ୯ ଜଣ, ବୌଦ୍ଧରୁ ୯ ଜଣ, କଟକରୁ ୭୧ ଜଣ, ଦେବଗଡ଼ରୁ ୧୦ ଜଣ, ଢେଙ୍କାନାଳରୁ ୨୩ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୬ ଜଣ, ଜଗତସିଂହପୁରରୁ ୨୦ ଜଣ, ଯାଜପୁରରୁ ୩୬ ଜଣ, ଝାରସୁଗୁଡ଼ାରୁ ୩ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୧୯ ଜଣ, କେଉଁଝରରୁ ୫ ଜଣ, ଖୋର୍ଦ୍ଧାରୁ ୨୦୯ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୨୬ ଜଣ, ନୟାଗଡ଼ରୁ ୧୧ ଜଣ, ପୁରୀରୁ ୨୦ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ୱଲପୁରରୁ ୧୬ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲରୁ ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।