ରାଜଧାନୀରେ ଯୁବକଙ୍କୁ ଛୁରି ଭୁସି ହତ୍ୟା

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ସାମାନ୍ୟ ବଚସାରୁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ ଗତ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଖଣ୍ଡଗିରି ଥାନା ରଘୁନାଥ ନଗରରେ ସାମାନ୍ୟ ବଚସାରୁ ହୋଇଛି ଏହି ହତ୍ୟାକାଣ୍ଡ । ମୃତକ ଜଣକ ସେହି ଅଞ୍ଚଳର ସନାତନ ରାଉତ ବୋଲି ଜଣାପଡିଛି । ତେବେ ଏହି ହତ୍ୟାକାଣ୍ଡରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଥିବା ସୂଚନା ମିଳିଛି । ଘଟଣାକୁ ନେଇ ଖଣ୍ଡଗିରି ଥାନା ପୋଲିସ ଛାନଭିନ୍ ଜାରି ରଖିଛି ।