ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ : ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଗାମୀ ୨୪ ଘଣ୍ଟା ଅର୍ଥାତ୍ ୨୦ ତାରିଖ ପୁର୍ବାହ୍ନ ସୁଦ୍ଧା ରାଜ୍ୟର କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର,…..

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଅର୍ଥାତ୍ ୨୦ ତାରିଖ ପୁର୍ବାହ୍ନ ସୁଦ୍ଧା ରାଜ୍ୟର କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା,କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲା ଏବଂ ବାକି ଜିଲ୍ଲା ଗୁଡ଼ିକର କିଛିକିଛି ସ୍ଥାନରେ କାଳବୈଶାଖୀ ଜନିତ ଘୁର୍ଣ୍ଣିଝଡ଼ ସହ ବଜ୍ରପାତ ଏବଂ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର । ସେହିପରି ଏହି ସମୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେଉଁଝର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାର କିଛିକିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର