କେଜରିୱାଲଙ୍କ ଘୋଷଣା: ଉତ୍ତରାଖଣ୍ଡ ଜିତିଲେ ମିଳିବ ୩୦୦ ୟୁନିଟ୍‌ ମାଗଣା ବିଜୁଳି

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଆଜି ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଉତ୍ତରାଖଣ୍ଡରେ ଆପ ସରକାର ଆସିଲେ ପ୍ରତି ପରିବାରକୁ ୩ ଶହ ୟୁନିଟ ପର୍ୟ୍ୟନ୍ତ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି । ଏଥି ସହ ବାକି ଥିବା ପୁରୁଣା ବିଲ୍‌ ମଧ୍ୟ ଛାଡ଼ କରାଯିବ ସେ ଏହି ଘୋଷଣାରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଭଗବାନ ଉତ୍ତରାଖଣ୍ଡକୁ ସବୁକିଛି ଦେଇଛନ୍ତି, ହେଲେ ଉତ୍ତରାଖଣ୍ଡର ନେତା ଏବଂ ରାଜନୈତିକ ଦଳ ଏହାକୁ ବରବାଦ କରୁଛନ୍ତି । ୨୦ ବର୍ଷ ଧରି ଶାସନ କରି ଆସୁଥିବା ଦୁଇ ଦଳ ଜନତାଙ୍କୁ ଲୁଟିଛନ୍ତି । ପୂର୍ବରୁ କେଜରିୱାଲ୍‌ ଉତ୍ତରାଖଣ୍ଡ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ଟ୍ୱିଟ୍‌ କରି ଜଣାଇଥିଲେ । ସେ ଟ୍ୱିଟ୍‌ରେ କହିଥିଲେ ଯେ, ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉନାହିଁ କିନ୍ତୁ ବାହାର ରାଜ୍ୟରୁ ଆଣି ବି ଦିଲ୍ଲୀରେ ବିଜୁଳି ମାଗଣା ଦିଆଯାଉଛି । ଉତ୍ତରାଖଣ୍ଡକୁ କାହିଁକି ଦିଆନଯିବ । ଡେରାଡୁନ ଗସ୍ତରେ ଯାଇଥିବା କେଜରିୱାଲଙ୍କ ଏହି ଘୋଷଣା ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରଭାବ ପାକାଇପାରେ ବୁଦ୍ଧିଜୀବୀମାନେ ମଦ ଦେଲେଣି ।