ନାବାଳିକାଙ୍କୁ ଅପହରଣ ପରେ ଜଙ୍ଗଲରେ ଦୁଷ୍କର୍ମ

ରାମଗଡ: ରାଜସ୍ଥାନର ଅଲୱର ଜିଲ୍ଲାର ରାମଗଡ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡନାର ବିଷୟ ପାଲଟିଛି । ନାବାଳିକା ଜଣକ ପାଣି ଆଣିବାକୁ ଯାଇଥିବା ବେଳେ ୪ଜଣ ଦୁବୃର୍ତ୍ତ ଅପହରଣ କରି ସ୍ଥାନୀୟ କିଶନଗଡକୁ ନେଇଯାଇ ଏକ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ କରିବା ପରେ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ । ଅଭିଯୁକ୍ତମାନେ ଫେରାର ବେଳେ ଗ୍ରାମବାସୀମାନେ ୩ ଜଣଙ୍କୁ କାବୁ କରିଛନ୍ତି ଓ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାକୁ ନେଇ ରାମଗଡ ଡିଏସପି କହିଛନ୍ତି, ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ପୀଡିତାଙ୍କ ମେଡିକାଲ ଯାଞ୍ଚ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।