ନବଙ୍କ ହତ୍ୟା ପଛରେ ନବୀନ!

ବିଜେପି ନେତା ପୀତାମ୍ବରଙ୍କ ପ୍ରଶ୍ନରୁ ସଂକେତ

ଭୁବନେଶ୍ୱର: ‘କ୍ରାଇମ୍‌ ବ୍ରାଂଚ୍‌ ତଦନ୍ତ ଉପରେ ଭରସା ନଥିବାରୁ ଜଣେ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ନିକଟରେ କ୍ରାଇମ୍‌ ବ୍ରାଂଚ୍‌ର ଅପାରଗ ପଣିଆକୁ ଧରା ପକାଇଛନ୍ତି । ଏପରିକି କେଉଁ ଚିଠି ଆଧାରରେ ଜଷ୍ଟିସ୍‌ ଜେପି ଦାସଙ୍କୁ ନିଯୁକ୍ତ କରାଗଲା, ତାହାର ନକଲ ଦେଖାଇବାକୁ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଚାଲେଞ୍ଜ କରି ନବଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି।

ନବଦାସଙ୍କ ହତ୍ୟା ପଛରେ ଯଦି ମୁଖ୍ୟମନ୍ତ୍ରୀ ଅବା ତାଙ୍କର ବିଶ୍ୱସ୍ତ ଭୃତ୍ୟ ସଂପୃକ୍ତ ହୋଇଥାନ୍ତି, ତେବେ ଆଗାମୀ ନିର୍ବାଚନରେ ବିଜେଡିର କ୍ଷମତା ଦଖଲ ଆଶା ଧୂଳିସାତ ହୋଇଯିବ । ନିର୍ବାଚନ ପୂର୍ବରୁ ନବଦାସଙ୍କୁ ବଳି ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବିଦ୍ରୋହୀ ନେତାଙ୍କୁ ଏକପ୍ରକାର ଧମକ ଦେଇଛନ୍ତି । ଦଳର ବିଦ୍ରୋହୀ ନେତାମାନେ ବିଜେଡି ବିରୋଧରେ ଠିଆ ହେବାର ମୋହ ତ୍ୟାଗ କରନ୍ତୁ ନଚେତ୍‌ ନବଦାସଙ୍କ ଅବସ୍ଥା ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ।
ପୀତାମ୍ବରଙ୍କ ଯୁକ୍ତି ହେଲା, ନବଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଜଷ୍ଟିସ୍‌ ଜେପି ଦାସ କରିବା ସଂପର୍କୀତ କୌଣସି ଜୁଡିସିଆଲ ଅର୍ଡର କରିନାହାନ୍ତି ହାଇକୋର୍ଟ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବେଆଇନ କାମରେ ହାଇକୋର୍ଟଙ୍କୁ ସଂପୃକ୍ତ କରିବା ନିଶ୍ଚିତ ରୂପେ ନିନ୍ଦନୀୟ ଘଟଣା ।