ଦାଗୀନେତାଙ୍କୁ ଟିକେଟ୍‌ ଦେଇ ବିଜେଡି କିଛି ଭଲ କଲାନି: ରାଜ୍ୟ ପଛୁୂଆ ବର୍ଗ

ଭୁବନେଶ୍ୱର: ଦାଗୀନେତାଙ୍କ ବିନା ନିର୍ବାଚନ ଜିତିବା ସମ୍ଭବ ନୁହେଁ ବୋଲି ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଅନୁଭବ କରିଛନ୍ତି । ତେଣୁ ୨୦୨୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପ୍ରାର୍ଥୀ ତାଲିକାରେ ଅଧିକାଂଶ ଦାଗୀନେତାଙ୍କୁ ଟିକେଟ୍‌ ଦିଆଯାଇଛି ।

ଘୋଷିତ ତାଲିକା ଭିତରେ ମମିତା ମେହେର, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା, ସଂଯୁକ୍ତା ମହଲ ଯୌନ ନିର୍ଯାତନା, ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ବ୍ରଦର୍ସ ସହ ଜଡ଼ିତ, ସେକ୍ସ ର‍୍ୟାକେଟ୍‌ ଓ ଚିଟଫଣ୍ଡ ଦୁର୍ନୀତି ଆଦି ମାମଲାରେ ଛନ୍ଦି ହୋଇ ରହିଥିବା ନେତାମାନଙ୍କୁ ଦଳୀୟ ଟିକେଟ୍‌ ମିଳିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ରାଜ୍ୟ ପଛୁୂଆ ବର୍ଗ ନେତା ସୀତାରାମ ବେହେରା କହିଛନ୍ତି ।

ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର, ଶ୍ରୀକାନ୍ତ ସାହୁ, ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା, ଅରୁଣ ସାହୁ, ବ୍ୟୋମକେଶ ରାୟ ଭଳି ବିବାଦୀୟ ଚରିତ୍ରଙ୍କୁ ଟିକେଟ୍‌ ଦିଆଯାଇଛି । ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅକୁ ଟିକେଟ୍‌ ଦିଆଯାଇଛି । ଦୁର୍ନୀତି ଅଭିଯୁକ୍ତ ପ୍ରଫୁଲ୍ଲ ସାମଲଙ୍କୁ ଟିକେଟ୍‌ ଦିଆଯାଇଛି ।