ସନ୍‌ରାଇଜର୍ସର ଦମଦାର ବିଜୟ

ଆଇପିଏଲ୍‌ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବୋଚ୍ଚ ସ୍କୋର କରିବା ସହ ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନ୍‌ରେ ପରାସ୍ତ କଲେ। ବୁଧବାର ଆଇପିଏଲ୍‌ର ଗୋଟେ ରୋମାଞ୍ଚକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର୍‌ଙ୍କୁ ଅଭିଷେକ ଶର୍ମା (୬୩, ୨୩ ବଲ୍‌, ୩ ଚୌକା, ୭ ଛକା),ଟ୍ରାଭିସ୍ ହେଡ୍‌(୬୨, ୨୪ ବଲ୍‌, ୯ ଚୌକା, ୩ ଛକା), , ଐଡ଼େନ୍‌ ମାରକ୍ରମ (୪୨*, ୨୮ ବଲ୍‌, ୨ ଚୌକା, ୧ ଛକା) ଓ ହେନରିକ କ୍ଲାସେଁ (୮୦*, ୩୪ ବଲ୍‌, ୪ ଚୌକା, ୭ ଛକା) ଧମାକା ଦର ବାଟଇଂ କଲେ ।

ଏହାଫଳରେ ହାଇଦ୍ରାବାଦ୍‌ ୩ ୱିକେଟ୍‌ ବିନିମୟରେ ୨୭୭ ରନ୍‌ ସଂଗ୍ରହ କରିବା ସହ ୧୧ ବର୍ଷର କୀର୍ତ୍ତିମାନ ଭାଙ୍ଗିଦେଲା । ପୂର୍ବରୁ ଆର୍‌ସିବି ୨୦୧୩ରେ ପୁନେ ୱାରିଅର୍ସ ବିପକ୍ଷରେ ୨୬୩/୫ ସ୍କୋର କରିଥିଲା। ବୁଧବାର ଯଶପ୍ରୀତ୍‌ ବୁମ୍‌ରା (୯.୦୦)ଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ଇକୋନୋମି ୧୦ ଉପରେ ରହିଥିଲା।

ସଂକ୍ଷିପ୍ତ ସ୍କୋର: ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୭୭/୩ ( ପୀୟୂଷ ଚାୱଲା-୧/୩୪,ହେନରିକ କ୍ଲା‌ସେଁ-୮୦*, ଅଭିଷେକ ଶର୍ମା-୬୩, ଟ୍ରାଭିସ୍‌ ହେଡ୍‌-୬୨,)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୪୬/୫ (ତିଳକ ବର୍ମା-୬୪, ଟିମ୍‌ ଡେଭିଡ୍‌-୪୨*, ପ୍ୟାଟ୍‌ କମିନ୍ସ-୨/୩୫, ଜୟଦେବ ଉନାଡ଼କଟ୍‌-୨/୪୭)।