ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ

 ପଦ୍ମପୁର:  ପଦ୍ମପୁର ଉପ ନିର୍ବାଚନ ପାଇଁ  ସରିଲା ପ୍ରାର୍ଥୀପତ୍ର ଦାଖଲପ୍ରକ୍ରିୟା । ପ୍ରଥମଥର ପାଇଁ ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳ ସହିତ ଜଣେ ସ୍ଵାଧୀନ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ନାମାଙ୍କନ ଦାଖଲ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପ୍ପା ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଉ ଏବେ ନଜର ନିର୍ବାଚନ ପ୍ରଚାର ଉପରେ ।  ଆଜି ଦିନ ତମାମ ପଦ୍ମପୁରରେ ପ୍ରାର୍ଥୀଙ୍କ ନୋମିନେସନକୁ ନେଇ  ରାଜନୈତିକ ବାତାବରଣ ସରଗରମ ଥିଲା ।

ପଦ୍ମପୁର ଉପନିର୍ବାଚନ ପାଇଁ ଗତ ୧୦ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ  ହେଁ ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଅଡ଼ୁଆ ହୋଇଥିଲା ଚାଷୀ ଓ ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯାଇଥିଲେ  ହେଁ ଚାଷୀଙ୍କ ଦାବିକୁ ସମର୍ଥନ କରି ନାମାଙ୍କନପତ୍ର ଭରିନଥିଲେ।  ଛକାପଞ୍ଝା ଭିତରେ ଶେଷ ଦିନକୁ ଅପେକ୍ଷା କରିଥିଲେ ସବୁ ଦଳର ପ୍ରାର୍ଥୀ । ଶେଷରେ ଆଜି ସେମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।