ଅଖିଳେଶଙ୍କ ଲାଗି ପ୍ରଚାର କରିବେ ଦିଦି

ୟୁପି: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ପାର୍ଟିର ସଭାପତି ଅଖିଳେଶ ଯାଦବଙ୍କ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଚାର କରିବେ । ଏହି ସୂଚନା ସପା ଉପାଧ୍ୟକ୍ଷ କିରଣମୟ ନନ୍ଦ କହିଛନ୍ତି । ସପା ଉପାଧ୍ୟକ୍ଷ ମମତାଙ୍କ ସହ ତାଙ୍କ ବାସଭବନରେ ବହୁ ସମୟ ଧରି ଏକ ବୈଠକ କରିଥିଲେ । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ ଓ ବିଜେପି ବିରୋଧରେ ସପାକୁ ସମର୍ଥନ କରିବେ ।

ସୂଚନା ଅନୁସାରେ ମମତା ବାନାର୍ଜୀ ଅଖିଳେଶଙ୍କ ସହ ଭର୍ଚ୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ । କୋଭିଡ କଟକଣା ଲାଗି ଅଧିକାଂଶ ପ୍ରଚାର ଭର୍ଚୁଆଲ ମାଧ୍ୟମରେ ହେଉଛି ବୋଲି ନନ୍ଦ କହିଛନ୍ତି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ପଶ୍ଚିମବଙ୍ଗରେ ପ୍ରତିଦ୍ୱନ୍ଦ୍ୱିତା ନକରିବା ପାଇଁ ନିଷ୍ପତ୍ତି ନେଇଥିଲା ଏବଂ ତୃଣମୂଳ କଂଗ୍ରେସକୁ ସମର୍ଥନ ଜଣାଇଥିଲା ।