ଆଇଏନଏସରେ ବିସ୍ଫୋରଣ: ୩ ମୃତ୍ୟୁ

ମୁମ୍ବାଇ : ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସରେ ବିସ୍ଫୋରଣ ହେବାରୁ ୩ ଜଣ ନୌସେନା କର୍ମଚାରୀ ମୃତ୍ୟୁବରଣ କରିବା ସହ ଅନେକ କର୍ମଚାରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଏହି ଆଇଏନଏସ ଜାହାଜର ଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଇତ୍ୟାଦି ସୁରକ୍ଷିତ ଥିବା ଜଣାପଡିଛି ।

ଏ ଘଟଣାର ସୂଚନା ପାଇଁ ନୌସେନା ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଆଁ ଲିଭାଯିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ସେହିପରି ଏହି ବିସ୍ଫୋରଣର କାରଣ ବର୍ତ୍ତମାନ ଜଣାପଡିନଥିବା ସୂଚନା ମିଳିଛି । ଏହି ଘଟଣାର ତଦନ୍ତ ପାଇଁ ନୌସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।