ଓଡିଶାରୁ ଉତ୍ତର ପ୍ରଦେଶ: ଉପ ନିର୍ବାଚନରେ ସବୁଠି ପଛରେ ବିଜେପି

ଉପ ନିର୍ବାଚନରେ ଚାଲୁନି ବିଜେପିର ଯାଦୁ । ଓଡିଶାରୁ ଉତ୍ତର ପ୍ରଦେଶ ସବୁଠି ବିଜେପି ପଛରେ ପଡିଛି । ଦେଶରେ ୬ଟି ସ୍ଥାନରେ ଏବେ ଉପ ନିର୍ବାଚନ ଚାଲୁଛି । ହେଲେ ସବୁ ସ୍ଥାନରେ ବିଜେପି ପଛରେ ରହିଛି । କେବଳ ବିହାରରେ ଦଳ ସଂଘର୍ଷ କରୁଛି । ନଚେତ ଅନ୍ୟ ସ୍ଥାନ ଗୁଡିକରେ ଦଳ ଜିତିବା ଅସମ୍ଭବ ହୋଇ ପଡିଛି । ବିହାରର କୁରହାନୀ, ଛତିଶଗଡର ଭାନୁପ୍ରତାପ ପୁର, ଓଡିଶାର ପଦମପୁର, ରାଜସ୍ଥାନର ସରଦାରସହର, ଉତ୍ତର ପ୍ରଦେଶର ଖାତାଉଲି ଓ ରାମପୁରରେ ଦଳ ହାରିବା ସ୍ଥିତିରେ ରହିଛି ।

ବର୍ତ୍ତମାନ ସୁଦ୍ଧାର ଟ୍ରେଣ୍ଟ ଅନୁସାରେ ପଦମପୁରରେ ବିଜେପି ୨୧, ୩୫୧, କୁରହାନୀରେ ୨, ୨୦୪, ଭାନୁପ୍ରତାପ ପୁରରେ ୧୬, ୩୬୭, ସରଦାରସହରରେ ୨୨, ୬୯୯, ଖାତାଉଲିରେ ୯, ୯୨୭ ଓ ରାମପୁରରେ ୬, ୩୭୫ ଭୋଟରେ ବିଜେପି ପଛୁଆ ରହିଛି । ତେବେ କହିବାକୁ ଏହା ବିଜେପି ପାଇଁ ଏକ ବଡ ଖରାପ ଖବର । ଦଳ ୫ ରାଜ୍ୟର ୬ଟି ସ୍ଥାନରେ ଉପ ନିର୍ବାଚନରେ ପରାଜିତ ହୋଇପାରେ ।