ତାମିଲନାଡୁରେ ବାତ୍ୟା ପାଇଁ ସତର୍କ ସୂଚନା ଜାରି

ଚେନ୍ନାଇ : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ହୋଇ ବାତ୍ୟାରେ ପରିଣତ ହୋଇଛି। ବାତ୍ୟାଟି ବର୍ତ୍ତମାନ ଦକ୍ଷିଣ ପୂର୍ବ ତାମିଲନାଡୁର ଚେନ୍ନାଇଠାରୁ ଦକ୍ଷିଣ ପୂର୍ବ ୬୨୦ କିମି ଦୂର ରହିଛି। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁର ୧୨୩ଟି ଜିଲା ପାଇଁ ହାଇଆଲର୍ଟ ଜାରି କରାଯାଇଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୬ଟି ଏନଡିଆରଏଫ ଟିମ୍‌‌କୁ ମୁତୟନ କରାଯାଇଛି। ବାତ୍ୟା ପାଇଁ ଥିରଭୁର ଓ ତାଞ୍ଜଭୁରରେ ସ୍କୁଲ, କଲେଜ ଆଦିକୁ ଛୁଟି ଘୋଷଣା କରାଯାଇଛି। ସେହିପରି ତାମିଲନାଡୁ, ପଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳପ୍ରତି ସତର୍କ ସୂଚନା ଜାରି କରାଯାଇଛି।