ମୋଦୀଙ୍କ ଓଡ଼ିଶା ଗସ୍ତରୁ ବିଜେପିକୁ କମ୍‌ ଫାଇଦା

ଭୁବନେଶ୍ୱର: ଏଥର ଉପକୂଳ ଓଡ଼ିଶା ଉପରେ ଦୃଷ୍ଟି ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଙ୍ଗଳବାର ପ୍ରେସ ମିଟ୍‌ ଡକାଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ବିଷୟ ଜଣାଇଛନ୍ତି । ସୂଚନା ମୁତାବକ ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶାର ଚଣ୍ଡିଖୋଲରେ ଏକ ଜନ ସମାବେଶରେ ଯୋଗଦାନ କରିବେ ପ୍ରଧାନମନ୍ତ୍ରୀ ।

ଏହା ପୂର୍ବରୁ ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ପ୍ରାୟ ୬୫ ହଜାର କୋଟିର ପ୍ରକଳ୍ପ ଭେଟି ଦେଇଥିଲେ । ଆଗାମୀ ଦିନରେ ଆହୁରି କିଛି ପ୍ରକଳ୍ପର ମାଳା ବେକରେ ଲମ୍ବାଇ ମୋଦିଜୀ ଆସିବେ ।ମୋଦିଜୀଙ୍କ ଓଡ଼ିଶା ଗସ୍ତରୁ ଅଧିକା ଫାଇଦା ବିଜେଡି ପକେଟକୁ ଯିବାର ଆଶଙ୍କା କରାଯାଉଛି । ଓଡ଼ିଶାର ନବୀନ ସରକାରଙ୍କ ସହ ମୋଦୀ ସରକାରଙ୍କର ଘନିଷ୍ଠ ସଂପର୍କ ଥିବାରୁ ଡବଲ ଇଞ୍ଜିନ ସରକାର ଆବଶ୍ୟକତା ପଡ଼ିବନି ।