ମେ’ ୧୫ ତାରିଖରେ ଯୁକ୍ତ୨ କଳା, ବିଜ୍ଞାନ ଓ ବାଣିଜ୍ୟ ଫଳ

ଭୁବନେଶ୍ୱର: ଯୁକ୍ତ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଶେଷ ହେବା ପୂର୍ବରୁ ତା’ର ଫଳାଫଳ ଏକା ଦିନରେ ପ୍ରକାଶ କରିବା ପାଇଁ କାଉନ୍‌ସିଲ ଅଫ୍‌ ହାୟର ସେକେଣ୍ଡାରୀ ଏଜୁକେସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମାର୍ଚ୍ଚ ୨୦ ତାରିଖରେ ଯୁକ୍ତ୨ ପରୀକ୍ଷା ଶେଷ ହୋଇଯିବ । ମାର୍ଚ୍ଚ ୨୨ ତାରିଖରୁ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ ।

ସୂଚନା ମୁତାବକ ବିଜ୍ଞାନ, ବାଣିଜ୍ୟ, ମାତୃଭାଷା ସମେତ ଅନ୍ୟାନ୍ୟ ଭାଷାର ପରୀକ୍ଷା ଖାତାଗୁଡ଼ିକର ଅନ୍‌ ଲାଇନ୍‌ରେ ମାର୍କିଙ୍ଗ କରାଯିବ । କଳା ଓ ବୈଷୟିକ ପାଠ୍ୟକ୍ରମ ସଂପର୍କୀତ ବିଷୟଗୁଡ଼ିକର ମାର୍କିଙ୍ଗ ବ୍ୟବସ୍ଥା ଅଫ୍‌ ଲାଇନରେ କରାଯିବ । ଏପ୍ରିଲ ୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମାର୍କିଙ୍ଗ ଶେଷ ହେବ । ଏପ୍ରିଲ ୪ ତାରିଖରୁ ୧୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ମାର୍କିଙ୍ଗ ଶେଷ ହେବ । ମେ’ ୧୫ ତାରିଖ ଦିନ ପରୀକ୍ଷା ଫଳ ପ୍ରକାଶ ପାଇବ ।