ଭୁବନେଶ୍ୱର: ଗତ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ପୋଲିସ ଦ୍ଵାରା ଗିରଫ ହୋଇ ଝାରପଡ଼ା ସ୍ଵତନ୍ତ୍ର କାରାଗାର ରେ ଥିବା କଂଗ୍ରେସ କର୍ମୀ ଓ ଛାତ୍ର ନେତା ମିର୍ଜା ଇସଲାମ ବେଗ,ଚନ୍ଦନ ସାହୁ, ଆସିଫ ଖାନ,ବିଜୟ କୁମାର ସାହୁ ଓ ପ୍ରତୀକ ଦାଶ ଙ୍କୁ ଆଜି ଭେଟିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ।ଶ୍ରୀଯୁକ୍ତ ଦାସ ସେମାନଙ୍କୁ ଜେଲ ଭିତରେ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ।
ସେମାନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ଦାସ କହିଛନ୍ତି କି ଅଗଣତାନ୍ତ୍ରିକ ଭାବେ ଗିରଫ ଛାତ୍ର ଏବଂ କଂଗ୍ରେସ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ଏବଂ ସାହସ ଦେବା ପାଇଁ ଆମେ ଆସିଥିଲୁ । ସେମାନଙ୍କ ସହ କଥା ହେଲି ସେମାନେ ସବୁ ପାଠ ପଢିବା ପିଲା ।ଛାତ୍ର କଂଗ୍ରେସ କୁ ଦୁର୍ବଳ କରିବାକୁ ଏଭଳି ଷଡ଼ଯନ୍ତ୍ର କରାଯାଇ ଛାତ୍ର ମାନଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।ସେ କହିଛନ୍ତି କି “ସତ୍ୟମେବ ଜୟତେ”, ସତ୍ୟର ଜୟ ହେବ, ଆମ ପିଲାମାନେ ସତ୍ୟର ପଥରେ ଅଛନ୍ତି, ଆମ ଲଢେଇ ସତ୍ୟପଥରେ ଅଛି ।ମହିଳା ନ୍ୟାୟ,ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ଦୁଷ୍କର୍ମ ବିରୁଦ୍ଧରେ ସତ୍ୟାଗ୍ରହ ଲଢେଇ ଥିଲା ଆମର ।ହିଂସା ଆମ ପିଲାମାନେ କରି ନଥିଲେ। ରାଜନୀତି ଆକ୍ରୋଶ ରଖି ଏପରି ଗିରଫ କରାଗଲା ।ବାଣୀବିହାର ରେ ପଢିବାକୁ ଏବଂ ନାମ ଲେଖିବାକୁ ଆସୁଥିବା ପିଲାମାନଙ୍କୁ ଯେଉଁ ୫ ଜଣିଆ ଛାତ୍ର କଂଗ୍ରେସ ଟିମ୍ ସାହାଯ୍ୟ, ସହଯୋଗ କରୁଥିଲେ ସେମାନଙ୍କ ମଧ୍ୟରେ କେତେଜଣଙ୍କୁ ଆକ୍ରୋଶ ମୂଳକ ଭାବେ ଆଣି ତାଙ୍କ ମନୋବଳ ଭାଙ୍ଗିବା ପାଇଁ କି ଯେପରିକି ବାଣୀବିହାରରେ ଛାତ୍ର କଂଗ୍ରେସ ସଂଗଠନ ନ ହେବା ସେପରି ଅସାଧୁ ଉପାୟରେ ଚେଷ୍ଟା କରିକି ତାଙ୍କୁ ଆଣି ଜେଲ ଭର୍ତ୍ତି କରାଯାଇଛି ।ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛୁ ଏବଂ ଯଦି ପୋଲିସ ତାଙ୍କ ଭିଡିଓ ରଖିଛି ତେବେ ଆମକୁ ଦେଖାନ୍ତୁ । ଯେଉଁମାନେ ଗଣ୍ଡଗୋଳ କରିଛନ୍ତି ସେମାନେ ନାହାନ୍ତି କିନ୍ତୁ ଯେଉଁମାନେ କରିନାହାଁନ୍ତି ଏବଂ ନିର୍ଦ୍ଦୋଷ ସେମାନଙ୍କୁ ଆଣି ଜେଲ ରେ ରଖିଛନ୍ତି । ପୋଲିସ ର ଏଭଳି କାର୍ଯ୍ୟକୁ ଘୋର ନିନ୍ଦା କରୁଛି ।କଲେଜ ଛାତ୍ରମାନଙ୍କୁ ଏଭଳି ଆକ୍ରୋଶ ମୂଳକ ଭାବେ ଗିରଫ କଥା ନୁହେଁ ସେମାନେ କ୍ରିମିନାଲ ନୁହନ୍ତି, ସେମାନଙ୍କୁ ଉପଦେଶ ଦେଇ ବୁଝେଇକି ଛାଡ଼ି ଦେବାର ଥିଲା ।ଏହି ପ୍ରକାର କରି ପିଲାଙ୍କ ମନୋବଳକୁ ଦବେଇ ଦେଇ ପାରିବେ ନାହିଁ ।ଆମ ପିଲା ବାଘ ।ରାଜ୍ୟରେ ଅନେକ ସମସ୍ୟା ଅଛି ତାକୁ ନେଇ ଯେତେବେଳେ ଗଣ ବିପ୍ଲବ ହେବ ଏବଂ ସୋମୋଟ ଲକ୍ଷ ଲକ୍ଷ ଲୋକ ଆସି ସାମିଲ ହେବେ ସେତେବେଳେ ଜେଲ ରେ ଜାଗା ରହିବ ନାହିଁ ।ସେତେବେଳେ ପୋଲିସ ହାତ ଟେକିଦେବ । ଏ ଭଳିଆ ପରିସ୍ଥିତି ଆଗକୁ ହେବାକୁ ଯାଉଛି ବୋଲି ଶ୍ରୀଯୁକ୍ତ ଦାସ କହିଥିଲେ ।
ସେହିପରି ପିପିଲି ରେ ଶିଶୁ ନିଖୋଜ ପ୍ରସଙ୍ଗରେ ତାଙ୍କ ପ୍ରତିକ୍ରିୟାରେ ଶ୍ରୀଯୁକ୍ତ ଦାସ କହିଛନ୍ତି କି କେବଳ ପିପିଲି ରେ ନୁହେଁ ସମଗ୍ର ରାଜ୍ୟରେ ୬୪ ହଜାର ମହିଳା ନିଖୋଜ ଅଛନ୍ତି ।ରାଜ୍ୟରେ ଏହାକୁ ନେଇ ଭୟଙ୍କର ବେପାର ଚାଲିଛି ।ସରକାର ପୋଲିସ ବଳକୁ ବ୍ୟବହାର କରି ଏସବୁ ରୋକିବା କଥା କିନ୍ତୁ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଏହା ରୋକୁନାହିଁ ।୬୪ ହଜାର ନିଖୋଜଙ୍କ ମଧ୍ୟରୁ ଯଦି ପୋଲିସ ୧୦ ହଜାର ନିଖୋଜ ମହିଳା ଏବଂ ଶିଶୁଙ୍କୁ ଖୋଜି ଆଣିବେ ତେବେ ପୋଲିସଙ୍କୁ ଆମେ ସମ୍ମାନ କରିବୁ । ସେ ଆହୁରି କହିଛନ୍ତି କି ବିଜେପି ସରକାର ସମୟରେ ୨୦ ହଜାର ନିଖୋଜଙ୍କ ମଧ୍ୟରୁ ୨୭୧ ମହିଳା ଏବଂ ଶିଶୁ ଉଦ୍ଧାର କରାଯାଇଛି ।
ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ରାମମନ୍ଦିର ଶିଶୁ ଚୋର ଧରାପଡିଲା ବୋଲି କୁହାଯାଉଛି ତେବେ ମନିଟରିଙ୍ଗ କରି ୧୦ ହାଜର ନିଖୋଜଙ୍କୁ ଉଦ୍ଧାର କରାଯାଉ ମୁଁ ନିଜେ ସରକାରଙ୍କୁ ସାଲୁଟ ମାରିବି ନହେଲେ ଆମେ ଭାବିନେବୁ କି ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଖୋଜ ମହିଳା ଏବଂ ଶିଶୁଙ୍କ ପାଇଁ ସମୟ ନାହିଁ ବୋଲି ସେ କହିଛନ୍ତି ।
ଆଜିର କାର୍ଯ୍ୟକ୍ରମରେ ପିସିସି ସହିତ ଭକ୍ତ ଚରଣ ଦାସ ଙ୍କ ସହିତ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ,ବାଲେଶ୍ଵର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ,ପିସିସି ସଭାପତିଙ୍କ ବ୍ୟକ୍ତିଗତ ସଚିବ ସୁଧାଂଶୁ ଦେଓ,ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର,ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ,ଯୁବ କଂଗ୍ରେସ ନେତା ମନୋଜ ବିଶ୍ଵାଳ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ। ।