କିଭଳି ପାଇବେ ମା’ ସରସ୍ୱତୀଙ୍କ କୃପା

ବସନ୍ତ ପଂଚମୀ (୧୪ ଫେବୃଆରୀ ୨୦୨୪) ତିଥିରେ ମା’ ସରସ୍ୱତୀଙ୍କ ପୂଜା ପଡୁଛି । ଏହିଦିନ ମା’ ଧରାପୃଷ୍ଠରେ ପ୍ରକଟ ହୋଇଥିଲେ । ଏହିଦିନ ପାଠପଢ଼ା ଆରମ୍ଭ କରିବା ଫଳରେ ପିଲାମାନେ ଶିକ୍ଷା କ୍ୟାରିୟରରେ ସଫଳତା ଲାଭ କରିଥାନ୍ତି । ବିଧି ମୁତାବକ ପୂଜା କରିବା ଫଳରେ ପିଲାଙ୍କ ଶିକ୍ଷା ସମସ୍ୟା ଦୂରୀଭୂତ ହୋଇଥାଏ । ରାହୁ ଦଶା ଭୋଗୁଥିବା ଲୋକମାନେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ଅବଶ୍ୟ କରନ୍ତୁ ।

ମା’ ସରସ୍ୱତୀଙ୍କ ପୂଜାରେ ହଳଦିଆ ରଙ୍ଗର ଫୁଲ, ହଳଦିବୋଳା ଅକ୍ଷତ, କେଶର, ହଳଦିଆ ବସ୍ତ୍ର, ମା’ ସରସ୍ୱତୀ ଓ ଗଣପତିଙ୍କ ଛବି ଅବା ପ୍ରତିମା ଅବଶ୍ୟ ବ୍ୟବହାର କରନ୍ତୁ । ଆସ୍ଥାନ ଉପରେ ହଳଦିଆ କପଡ଼ା ପକାନ୍ତୁ । ଗୁଆ, ହଳଦିଆ ଚନ୍ଦନ, ଗଙ୍ଗାଜଳ, ପାନ, ଦୁର୍ବା, କୁଙ୍କୁମ, ଘିଅ, କଳସ, ମୌଳୀ, କପୁର, ନଡ଼ିଆ, ପୁସ୍ତକ, ମୁଦ୍ରା, କଲମ, ଦୁଆତ, ବାଦ୍ୟଯନ୍ତ୍ର, ଯଜ୍ଞକୁଣ୍ଡ, ଆମ୍ବକାଠ ପ୍ରୟୋଗ କରନ୍ତୁ ।

ରକ୍ଷାସୂତ୍ର, ପଂଚାମୃତ, ଗାଈଘିଅ, ଶୁଖିଲା ନଡ଼ିଆ, ନବାତ, ତିଳ, ଗୁଗୁଳ, ରାଜଭୋଗ, କେଶର ଭାତ, ବେସନରେ ତିଆରି ଲଡୁ ଓ କଦଳୀ ପୂଜା କରନ୍ତୁ ।