ମହାପ୍ରଭୁ ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କର ମହାଶିବରାତ୍ରୀର ମହାଦୀପ ବିଳମ୍ବରେ ଉଠିଲା

ମହାଶିବରାତ୍ରୀର ମହାଦୀପ ମହାପ୍ରଭୁ

ଶୈବପୀଠ ଚଳଚଞ୍ଚଳ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ପବିତ୍ର ଜାଗର ଯାତ୍ରା ଏଥିପାଇଁ ଉତ୍ସବମୁଖର ତଥା ଚଳଚଞ୍ଚଳ ହୋଇପଡିଛି ଶୈବପୀଠ । ତେବେ ଓଡ଼ିଶାର ଅନ୍ୟତମ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଅନ୍ୟତମ । ବଡି ଭୋଓରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ମହା ଶିବରାତ୍ରି । ମହା ଶିବରାତ୍ରି ଏକ ହିନ୍ଦୁ ପର୍ବ । ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ।

ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ ଅଟେ । କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ ମାସର ‘ମାଘସ୍ନାନ’ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବ ରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ।

ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ଏହି ପର୍ବ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ ।ପୌରାଣିକ କଥାବସ୍ତୁ ଆଧାରରେ ଦେବଦେବ ମହାଦେବଙ୍କ ଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି।

ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନ କରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁ ମାନେ ମହାଶିବରାତ୍ରି ପାଳନ କରିଥାନ୍ତି।

ପ୍ରଭୁଙ୍କ ମହାଦୀପକୁ ନେଇ ସେବାୟତମାନେ ମନ୍ଦିର ଉପରକୁ ଚଢ଼ୁଥିଲା ବେଳେ ହରିବୋଲ ଓ ହୁଳହୁଳିରେ ଏକାମ୍ର ‌କ୍ଷେତ୍ର ଉଛୁଳି ଉଠିଛି। ଏଥି ସହ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ରାତି ୧ ଟା ୦୮ରେ ମହାଦୀପ ଉଠିଛି। ମହାଦୀପ ଦର୍ଶନ ପରେ ବ୍ରତାଧାରୀମାନେ ନିଜ ବ୍ରତ ସମାପନ କରିଛନ୍ତି।