ମା’ ସମଲାଇଙ୍କ ପ୍ରକଳ୍ପ ଲୋକାର୍ପଣ: ୨୭ ତାରିଖ ଦିନ ସ୍କୁଲ କଲେଜ ଛୁଟି

ସମ୍ବଲପୁର: ବିଚିତ୍ର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜାନୁଆରୀ ୨୭ ତାରିଖ ଦିନ ସମ୍ବଲପୁର ଆରାଧ୍ୟ ଦେବୀ ମା’ ସମଲେଇଙ୍କର ଭବ୍ୟ ପ୍ରକଳ୍ପ ଲୋକାର୍ପଣ କରାଯିବା ଅବସରରେ ରାଜ୍ୟର ସବୁ ସ୍କୁଲ ଓ କଲେଜକୁ ଛୁଟି କରାଯାଇଛି । ଆଗାମୀ ଦିନରେ ମା’ ମଙ୍ଗଳାଙ୍କ ଛାମୁଯାତ୍ରା ଦିନ ରାଜ୍ୟର ସବୁ ସ୍କୁଲ ଓ କଲେଜକୁ ଛୁଟି କରାଯିବ?

ପ୍ରାୟ ୨୦୦ କୋଟି ଟଙ୍କା ବିନିମୟରେ ସମଲେଇଙ୍କ ପ୍ରକଳ୍ପ ନିର୍ମାଣ କରାଯାଇଛି । ସରକାରଙ୍କ ଯୁକ୍ତି ହେଉଛି, ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ରୂପେ ମା’ ସମଲେଇ ଚର୍ଚ୍ଚିତା । ତାଙ୍କର ପ୍ରକଳ୍ପକୁ ଦେଖିବା ପାଇଁ ବହୁ ଲୋକଙ୍କର ସମାଗମ ହେବ । ମା’ଙ୍କ କଳସ ଯାତ୍ରାରେ ଶତାଧିକ ମହିଳା ଅଂଶଗ୍ରହଣ କରିବେ ।