ମକରରୁ କୁମ୍ଭକୁ ଚଳିବେ ଶନିଦେବ, କାହାକୁ ଶୁଭ କାହାକୁ ଅଶୁଭ

ଜାତକକୁ ସତର୍କତାର ସହିତ ଚଳିବାକୁ ହେବ…

୨୦୨୩ ଜାନୁଆରୀ ୧୭ ତାରିଖରେ ଶନି ଗ୍ରହ ରାଶି ପରିବର୍ତନ କରୁଛନ୍ତି । ସେଦିନ ରାତି ୮ଟା ୨ ମିନିଟରେ ମକରରୁ କୁମ୍ଭ ରାଶିକୁ ଚଳନ କରିବେ । ଶନିଙ୍କୁ କ୍ରୁରଗ୍ରହ କୁହାଯାଏ । ଏହି ଗ୍ରହ ଧୀର ଗତିରେ ଅଢେ଼ଇ ବର୍ଷରେ ଗୋଟିଏ ରାଶିରୁ ଅନ୍ୟ ଗୋଟିଏ ରାଶିକୁ ଚଳନ କରନ୍ତି । ସେହି ଦୃଷ୍ଟିରୁ ଦେଖିଲେ, ଶନି ପ୍ରତି ୩୦ ବର୍ଷ ବ୍ୟବଧାନରେ କୁମ୍ଭକୁ ଚଳନ କରନ୍ତି ।

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ । ଶନିଦେବ ବ୍ୟକ୍ତିର କର୍ମକୁ ବିଚାର କରି ଶୁଭ-ଅଶୁଭ ଫଳ ପ୍ରଦାନ କରନ୍ତି । ପ୍ରତ୍ୟେକ ବ୍ୟକ୍ତି ବା ମହିଳାଙ୍କୁ ଶନିଦେବଙ୍କର ଅଢେ଼÷ୟା ଓ ସାଢେ଼ସାତି ପ୍ରଭାବ ଭୋଗିବାକୁ ପଡ଼ିଥାଏ । କୁମ୍ଭରାଶିକୁ ଶନିଙ୍କ ଗମନ କୋଉ ରାଶିର ଲୋକଙ୍କ ପ୍ରତି ଶୁଭ ଓ କୋଉ ରାଶିର ଲୋକଙ୍କ ପାଇଁ ଅଶୁଭ, ଜାଣନ୍ତୁ ।

ଧନୁରାଶିର ପୁରୁଷ ଓ ମହିଳାଙ୍କ ଉପରେ ଶନିଙ୍କ ପ୍ରଭାବ ରହିବ ନାହିଁ । ତେଣୁ ସେହି ରାଶିର ଲୋକଙ୍କୁ ପ୍ରତ୍ୟେକ ଦିଗରେ ସଫଳତା ମିଳିବ । ଶନିଙ୍କର ସାଢେ଼ସାତିରୁ ମୁକ୍ତ ହେବା ପରେ ଧନୁରାଶିର ଲୋକମାନେ ବ୍ୟବସାୟରୁ ଆଶାତୀତ ଲାଭ ପାଇବେ । ଚାକିରି କରୁଥିଲେ, ପଦୋନ୍ନତି ପାଇବେ । ଧନଲାଭ ଯୋଗ ଅଛି । ଜମିବାଡ଼ି କିଣିପାରିବେ । ନୂଆ ଘର ତିଆରି କରିପାରିବେ । ବିବାହ ଯୋଗ ରହିଛି ।

ଶନି କୁମ୍ଭରାଶିକୁ ଯିବା ଫଳରେ ଧନୁରାଶିକୁ ଯାବତୀୟ ଫାଇଦା ମିଳିବ । ମାତ୍ର ମୀନରାଶିର ଲୋକଙ୍କ ଉପରେ ସାଢେ଼ସାତି ଦୃଷ୍ଟି ପଡ଼ିବ ଯାହାର ପ୍ରଭାବରେ ଜାତକ ମାନସିକ ଚାପଗ୍ରସ୍ତ ରହିବେ । ୩୦ ବର୍ଷ ପରେ ଶନି କୁମ୍ଭକୁ ଫେରୁଥିବାରୁ ସେହି ରାଶିର ଲୋକଙ୍କୁ ସାଢେ଼ସାତିର ଦ୍ୱିତୀୟ ଚରଣ ଭୋଗିବାକୁ ପଡ଼ିବ । ଜାତକକୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗିବାକୁ ପଡ଼ିବ । ଚାକିରି, ବ୍ୟବସାୟ, ଆର୍ଥିକ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ନାନାଦି ସମସ୍ୟା ଦେଇ ଗତି କରିବେ ।

ମକର ରାଶିର ଲୋକଙ୍କ ଉପରେ ଶନିଦେବଙ୍କ ସାଢେ଼ସାତିର ତୃତୀୟ ଓ ଅନ୍ତିମ ଦୃଷ୍ଟି ପଡୁଥିବାରୁ ଜାତକକୁ ଅଧିକ ଯନ୍ତ୍ରଣା ଭୋଗିବାକୁ ପଡ଼ିବନି । ତେବେ ଜାତକକୁ ସତର୍କତାର ସହିତ ଚଳିବାକୁ ହେବ । ମିଥୁନ ଓ ତୁଳାରାଶିର ଲୋକଙ୍କ ଉପରେ ଶନିଙ୍କର ଅଢେ଼÷ୟା ଦୂର ହେବ । ଫଳରେ ସେମାନଙ୍କର ସବୁ ସମସ୍ୟାର ଅବସାନ ଘଟିବ ।

ସବୁ ପ୍ରକାର ପ୍ରତିବନ୍ଧକ ହଟିଯିବ । ଧୀରେଧୀରେ ସେମାନେ ସଫଳତା ଆଡକୁ ଗତି କରିବେ । କର୍କଟ ଓ ବିଛାରାଶିର ଲୋକଙ୍କ ଉପରେ ଶନିଙ୍କ ଅଢେ଼÷ୟା ଆରମ୍ଭ ହେବ । ଫଳରେ ଏହି ରାଶିର ଲୋକଙ୍କୁ କ୍ୟାରିୟର, ସ୍ୱାସ୍ଥ୍ୟ ଓ ଧନ ସଂପର୍କରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।