ଆସିଗଲା ବାହାଘର ତିଥି, ଉଠିଲେ ପ୍ରଭୁ ନାରାୟଣ

ଟିପିରଖନ୍ତୁ ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ବିବାହ ଯୋଗ…..

ଏଥର ଦେବୋତ୍‌ଥାନ ଏକାଦଶୀ ନଭେମ୍ବର ୪ ତାରିଖ (ଶୁକ୍ରବାର) ପଡୁଛି । ଏହିଦିନ ଭଗବାନ ବିଷ୍ଣୁଙ୍କର ଯୋଗନିଦ୍ରା ଭଙ୍ଗ ହେବ । ଫଳରେ ଚାରିମାସ ଧରି ଅଟକି ରହିଥିବା ମାଙ୍ଗଳିକ କାର୍ଯ୍ୟ ପୁଣି ଆରମ୍ଭ ହୋଇଯିବ । କିନ୍ତୁ ଏବେ ଶୁକ୍ର ଅସ୍ତ ରହୁଥିବାରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବିବାହ କାର୍ଯ୍ୟ ହୋଇପାରିବନି । କାର୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିକୁ ଦେବୋତ୍‌ଥାନ ଏକାଦଶୀ ଭାବେ ପାଳନ କରାଯାଏ ।

ଜଗତପାଳକ ପ୍ରଭୁ ନାରାୟଣ ଯୋଗନିଦ୍ରା ତେଜିବା ପରେ ବିବାହ, ଘର ପ୍ରତିଷ୍ଠା ପ୍ରଭୃତି ମାଙ୍ଗଳିକ କାର୍ଯ୍ୟ ପାଇଁ ବାଟ ଫିଟିବ । ଶୁକ୍ର ଅସ୍ତ ରହୁଥିବାରୁ ବୈବାହିକ କାର୍ଯ୍ୟ ପାଇଁ ଲୋକମାନଙ୍କୁ ନଭେମ୍ବର ୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ନଭେମ୍ବର ୨୧ ତାରିଖରୁ ସେହନାଇ ଶୁଭିବ । ବୈବାହିକ କାର୍ଯ୍ୟ ପାଇଁ ନଭେମ୍ବର ୨୧ ତାରିଖ ପହିଲି ଯୋଗ ପଡୁଛି । ତା’ପରେ ପରେ ୨୪ ନଭେମ୍ବର (ଗୁରୁବାର), ୨୫ ନଭେମ୍ବର (ଶୁକ୍ରବାର) ଓ ୨୭ ନଭେମ୍ବର (ରବିବାର) ଦିନ ବିବାହ ଯୋଗ ରହୁଛି ।

ଡିସେମ୍ବର ମାସରେ ପ୍ରଥମ ବିବାହ ଯୋଗ ୨ ତାରିଖ (ଶୁକ୍ରବାର) ପଡୁଛି । ତା’ପରେ (ବୁଧବାର) ୭ ଡିସେମ୍ବର, (ଗୁରୁବାର) ୮ ଡିସେମ୍ବର ଓ (ଶୁକ୍ରବାର) ୯ ଡିସେମ୍ବର ବିବାହ ଯୋଗ ପଡିବ ।
ଆସିବ ନୂଆବର୍ଷ ୨୦୨୩ । ଜାନୁଆରୀ ମାସରେ ବିବାହ ପାଇଁ ଶୁଭଯୋଗ ୧୫ ଜାନୁଆରୀ (ରବିବାର), ୧୮ ଜାନୁଆରୀ (ବୁଧବାର), ୨୫ ଜାନୁଆରୀ (ବୁଧବାର), ୨୬ ଜାନୁଆରୀ (ଗୁରୁବାର), ୨୭ ଜାନୁଆରୀ (ଶୁକ୍ରବାର), ୩୦ ଜାନୁଆରୀ (ସୋମବାର) ।

୨୦୨୩ ଫେବୃଆରୀ ମାସରେ ଭରପୁର ଶୁଭତିଥି ରହୁଛି । ସେଗୁଡ଼ିକ ଯଥାକ୍ରମେ ୭ ଫେବୃଆରୀ (ମଙ୍ଗଳବାର), ୯ ଫେବୃଆରୀ (ଗୁରୁବାର), ୧୦ ଫେବୃଆରୀ (ଶୁକ୍ରବାର), ୧୨ ଫେବୃଆରୀ (ରବିବାର), ୧୩ ଫେବୃଆରୀ (ସୋମବାର), ୧୪ ଫେବୃଆରୀ (ମଙ୍ଗଳବାର), ୨୨ ଫେବୃଆରୀ (ବୁଧବାର), ୨୩ ଫେବୃଆରୀ (ଗୁରୁବାର) ଓ ୨୮ ଫେବୃଆରୀ (ମଙ୍ଗଳବାର) ।
୨୦୨୩ ମାର୍ଚ୍ଚରେ ବିବାହ ପାଇଁ ଚାରିଟି ଶୁଭତିଥି ରହିଛି । ସେଗୁଡ଼ିକ ୬ ମାର୍ଚ୍ଚ (ସୋମବାର), ୯ ମାର୍ଚ୍ଚ (ଗୁରୁବାର), ୧୧ ମାର୍ଚ୍ଚ (ଶନିବାର) ଓ ୧୩ ମାର୍ଚ୍ଚ (ସୋମବାର) ।