ବୁଲୁଛି ପ୍ଲାନେଟ୍‌ କିଲର୍‌, ପୃଥିବୀକୁ ମହାବିପଦ

ପୃଥିବୀର ଗତିପଥ ବଦଳିଯିବାର ସମ୍ଭାବନା ରହିଛି….

ନୂଆଦିଲ୍ଲୀ: ମହାକାଶରେ ଘୁରିବୁଲୁଛି ମହାଶକ୍ତିଶାଳୀ ଗ୍ରହପିଣ୍ଡ ପ୍ଲାନେଟ୍‌ କିଲର୍‌ । ଏହି ଗ୍ରହପିଣ୍ଡର ଚଉଡ଼ା ପ୍ରାୟ ଦେଢ଼ କିଲୋମିଟର । ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ କାରଣରୁ ଜ୍ୟୋତିର୍ବିଦମାନେ ଉକ୍ତ ଗ୍ରହପିଣ୍ଡକୁ ଦେଖିପାରୁ ନଥିଲେ । ମାତ୍ର ନିକଟରେ ସଂଘଟିତ ସୂର୍ଯ୍ୟପରାଗ ଗତିକୁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରରେ ଦେଖୁଥିଲା ବେଳେ ଜ୍ୟୋତିର୍ବିଦଙ୍କ ଦୃଷ୍ଟିରେ ପଡ଼ିଥିଲା ବିରାଟ ଗ୍ରହପିଣ୍ଡ । ବିଗତ ୭ ବର୍ଷ ଭିତରେ ଜ୍ୟୋତିର୍ବିଦଙ୍କ ଦୃଷ୍ଟିରେ ବହୁ ଗ୍ରହପିଣ୍ଡ ପଡ଼ିଛି ।

ମାତ୍ର ପ୍ରଥମ ଥର ପାଇଁ ଏତେବଡ଼ ଗ୍ରହପିଣ୍ଡ ଧରାପଡ଼ିଛି । ବିରାଟ ଆକାର କାରଣରୁ ଯେକୌଣସି ଗ୍ରହକୁ କ୍ଷତିଗ୍ରସ୍ତ କରିବାର ଯଥେଷ୍ଟ ତାକତ୍‌ ତା’ ନିକଟରେ ରହିଛି । ତେଣୁ ଜ୍ୟୋତିର୍ବିଦମାନେ ତାକୁ ପ୍ଲାନେଟ୍‌ କିଲର୍‌ ନାମ ଦେଇଛନ୍ତି । ଗ୍ରହପିଣ୍ଡଟି ଏପରି କକ୍ଷପଥରେ ରହି ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛି ଯାହା ଆମ ପୃଥିବୀ ସହିତ ଯେକୌଣସି ଧକ୍କା ହୋଇପାରେ ।

ସେପରି ହେଲେ ପୃଥିବୀର ଗତିପଥ ବଦଳିଯିବାର ସମ୍ଭାବନା ରହିଛି । ବହୁ ଦେଶ ଓ ମହାଦ୍ୱୀପ ପ୍ରଭାବିତ ହେବେ । ଗ୍ରହପିଣ୍ଡର ନାମ ୨୦୨୨ ଏପି୭ । ପୃଥିବୀ ଓ ଶୁକ୍ର ମଝିରେ ରହି ଘୁରୁଥିବା କାରଣରୁ ସୂର୍ଯ୍ୟଙ୍କ କିରଣ ଭିତରେ ଗ୍ରହପିଣ୍ଡର ଅବସ୍ଥିତି ଠଉରାଇବା କଷ୍ଟକର ।