କୋହଲି ଙ୍କ ପ୍ରଶଂସକଙ୍କୁ ନିସ୍ତୁକ ମାଡ଼

ଆର୍‌ସିବି-ପଞ୍ଜାବ କିଙ୍ଗ୍ସ ମ୍ୟାଚ୍‌ ସମୟରେ ଜଣେ ପ୍ରଶଂସକ ପଡ଼ିଆ ଭିତରକୁ ଚାଲି ଆସିବା ସହ କୋହଲିଙ୍କୁ ମୁଣ୍ଡିଆ ମାରି ତାଙ୍କୁ କୁଣ୍ଢାଇ ଧରିଥିଲେ। ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ପଡ଼ିଆ ବାହାରକୁ ନେଇଯିବାରୁ ଖେଳ ସ୍ବଭାବିକ ଚାଲିଥିଲା ।

ହେଲେ ସଂପୃକ୍ତ ପ୍ରଶଂସକଙ୍କୁ ସୁରକ୍ଷାକର୍ମୀମାନେ ନେଇଯିବା ପରେ ପଡ଼ିଆ ବାହାରେ ଏକ ଅନ୍ଧାରୁଆ ସ୍ଥାନରେ ବିଧା, ଗୋଇଠା ମାରିଲେ । ପ୍ରଶଂସକ ଜଣକ କ୍ଷମା ମାଗୁଥିଲେ ମଧ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଲେ। ଜଣେ ଦର୍ଶକ ଏହି ଘଟଣାକୁ ମୋବାଇଲ୍‌ରେ ସୁଟିଂ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିଲେ ।

ଯାହାଫଳରେ ଅନେକ ବ୍ୟବହାରକାରୀ ସୁରକ୍ଷାକର୍ମୀଙ୍କ ଏଭଳି ଆଚରଣକୁ ନିନ୍ଦା ବୋଲି କହିଛନ୍ତି । କିନ୍ତୁ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ଠିକଣା ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।