କୋହଲିଙ୍କ ରେକର୍ଡରେ ବଟଲର

Cricket news Butler on Kohli’s record

ଅହମଦାବାଦ : ଚଳିତ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାଜସ୍ଥାନ ରୟାଲ୍ସର ଜୋଶ ବଟଲର ପୁଣି ଗୋଟିଏ ଶତକ ହାସଲ କରିଛନ୍ତ । ଶୁକ୍ରବାର ଆରସିବି ବିପକ୍ଷ ଦ୍ୱିତୀୟ କ୍ୱାଲିଫାୟରରେ ସେ ଅପରାଜିତ ୧୦୬ ରନ ଇନିଂସ ଖେଳିଛନ୍ତ । ଏହି ଇନିଂସ ବଳରେ ରାଜସ୍ଥାନ ଦୀର୍ଘ ୧୪ ବର୍ଷ ପରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି ।

ଚଳିତ ଆଇପିଏଲରେ ବଟଲରଙ୍କ ଏହା ୪ର୍ଥ ଶତକ । ବର୍ତ୍ତମାନ ସୁଦ୍ଧା ୮୨୪ ରନ୍‌? କରି କମଳା ଟୋପି ହାସଲ କରିଥିବା ବଟଲର ଗତକାଲିର ଶତକ ପରେ ରେକର୍ଡ ବୁକରେ ନିଜକୁ ସାମିଲ କରିଛନ୍ତି । ବର୍ତ୍ତମାନ ସେ ଆରସିବିର ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଯାଇଛନ୍ତି ।

ଗୋଟିଏ ସିଜିନରେ ୪ଟି ଶତକ ହାସଲ କରିବାରେ ବିରାଟଙ୍କ ପରେ ବଟଲର ଦ୍ୱିତୀୟ କ୍ରିକେଟର । ବିରାଟ ୨୦୧୬ରେ ଆରସିବି ପାଇଁ ୪ଟି ଶତକ ହାସଲ କରିଥିଲେ । ଏବେ ବଟଲର ୨୦୨୨ରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ବଟଲର ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ ଓ ଆରସିବି ବିପକ୍ଷରେ ଶତକ ହାସଲ କରିଛନ୍ତି । ୨୦୧୬ ବିରାଟ ୪ଟି ଶତକ ସହ ପୂରା ଟୁର୍ଣ୍ଣାମେଣ୍ଟରେ ୯୭୩ ରନ କରିଥିଲେ ।

ଆଜି ଯାଏ ତାଙ୍କ ରେକର୍ଡ କେହି ବି ଭାଙ୍ଗି ନାହାନ୍ତି । ବିରାଟଙ୍କ ଦମଦାର ବ୍ୟାଟିଂ ଯୋଗୁ ୨୦୧୬ରେ ଆରସିବି ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲରେ ଦଳ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ଯାଇଥିଲା । ଏବେ ବଟଲରଙ୍କ ଦମଦାର ବ୍ୟାଟିଂ ଯୋଗୁ ରାଜସ୍ଥାନ ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି ଦଳ ଟ୍ରଫି ପାଇଁ ଗୁଜରାଟ ଟାଇଟନ୍ସ ସହ ଲଢେ଼ଇ କରିବ । ବଟଲର ବର୍ତ୍ତମାନ ସୁଦ୍ଧା ଚଳିତ ଆଇପିଏଲରେ ୮୨୪ ରନ କରିଛନ୍ତି ।