ରଣଦୀପଙ୍କ ନୂଆ ଅବତାର

ମୁମ୍ବାଇ : ବଲିଉଡ ଅଭିନେତା ରଣଦୀପ ହୁଡା ତାଙ୍କ ଅଭିନୟ ବଳରେ ଲୋକପ୍ରିୟ ହୋଇପାରିଛନ୍ତି । ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ସ୍ୱତନ୍ତ୍ର ବୀର ସାବରକର ଫାଷ୍ଟ ଲୁକ ରିଲିଜି ହୋଇଛି । ଏଥିରେ ରଣଦୀପ ମୁଖ୍ୟ ଭୂମିକାରେ ଥିବା ବେଳେ ଏକ କଳା କ୍ୟାପ୍‌ ଏବଂ ଗୋଲ ଚଷମା ପିନ୍ଧି ଥିବାର ଦେଖିବାକୁ ମିଳିଛି ।

ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ୧୩୯ ତମ ଜନ୍ମ ବାର୍ଷିକୀ ଅବସରରେ ଫିଲ୍ମର ଫାଷ୍ଟ ଲୁକ ସେୟାର କରାଯାଇଛି । ଏନେଇ ଫିଲ୍ମର ସମାଲୋଚକ ତରନ ଆଦର୍ଶ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ତରନ ଆଦର୍ଶ ଟ୍ୱିଟ କରି ଫିଲ୍ମର ଫାଷ୍ଟ ଲୁକ ସେୟାର କରିଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ ବୀର ସାବରକର ଜନ୍ମ ବାର୍ଷିକୀରେ ରଣଦୀପ ହୁଡାଙ୍କ ଫିଲ୍ମ ‘ସ୍ୱତନ୍ତ୍ର ବୀର ସବରକର’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ଏହି ଫିଲ୍ମ ପାଇଁ ହୁଡା ଖୁବ ପରିଶ୍ରମ କରୁଛନ୍ତି । ସେ ନିଜର ଓଜନ ମଧ୍ୟ ହ୍ରାସ କରିଛନ୍ତି । ଏହି ଫିଲ୍ମର ସୁଟିଂ ଅଗଷ୍ଟ ୨୦୨୨ ରୁ ଆରମ୍ଭ ହେବ ।