ଫିପା ୱାର୍ଲ୍ଡକପରେ ଉଡିବ ମାରାଡୋନାଙ୍କ ଫ୍ଲାଇଂ ମ୍ୟୁଜିୟମ୍‌

Maradona’s Flying Museum to fly at FIFA World Cup

ନୂଆଦିଲ୍ଲୀ: ଚଳିତ ବର୍ଷ ଫିପା ୱାର୍ଲ୍ଡକପ ଖେଳାଯିବ । ଏହା ପୂର୍ବରୁ ଡିଏଗୋ ମାରାଡୋନାଙ୍କ ସମ୍ମାନରେ ଏକ ‘ଫ୍ଲାଇଂ ମ୍ୟୁଜିୟମ୍‌’ ତିଆରି କରାଯାଇଛି । ଏହା ଏକ ସ୍ୱତନ୍ତ୍ର ପ୍ରକାର ବିମାନ, ଯାହାକୁ ମାରାଡୋନା ଫଟୋରେ ସଜାଯାଇଛି । ଟେରଗୋ ଡି୧୦ ଏସ ବିମାନକୁ ଆର୍ଜେଣ୍ଟିନାର ବିଭିନ୍ନ ସ୍ଥାନକୁ ଯିବ ଓ ମାରାଡୋନାଙ୍କ ପ୍ରଶଂସକଙ୍କୁ ପଡିଆକୁ ଆଣିବାରେ ପ୍ରେରଣା ଦେବ । ବିମାନର ବାହାର ଅଂଶରେ ମାରାହୋନାଙ୍କ ଫଟୋ ଲଗାଯାଇଛି ।

ଏଥିରେ ୧୯୮୬ର ଫଟୋ ମଧ୍ୟ ରହିଛି । ଯେଉଁଥିରେ ମାରାଡୋନା ଆର୍ଜେଣ୍ଟିନାର ଜର୍ସି ପିନ୍ଧିଛନ୍ତି ଓ ବିଶ୍ୱକପ ହକିର ଟ୍ରଫିକୁ ଚୁମ୍ଭନ କରୁଛନ୍ତି । ବିମାନ ଭିତରେ ମାରାଡୋନାଙ୍କର କିଛିଜିନିଷ ମଧ୍ୟ ରହିଛି । ଏହି ବିମାନ ବାର୍ସିଲୋନା ଓ ନେପଲ୍ସ ମଧ୍ୟ ଯିବ, ସେଠାରେ ମାରାଡୋନାଙ୍କ ନେତୃତ୍ୱରେ ନପୋଲି ୧୯୮୭ ଓ ୧୯୯୦ରେ ନିଜର ଏପର୍ଯ୍ୟନ୍ତର ଦୁଇଟି ଲିଗ ଟାଇଟଲ ମଧ୍ୟ ଜିତିଛି ।

ବିମାନ ଶେଷରେ କତାର ଯିବ, ଯାହାକୁ ଚଳିତ ବର୍ଷ ବିଶ୍ୱକପର ଆୟୋଜନ କରିବାର ଅଛି । ଆର୍ଜେଣ୍ଟିନାର ପ୍ରସିଦ୍ଧ ଫୁଟବଲର ଡିଏଗୋ ମାରାଡୋନାଙ୍କ ୨୫ ନଭେମ୍ବର ୨୦୨୦ରେ ପରଲୋକ ହୋଇଥିଲା । ଅନ୍ୟପକ୍ଷରେ ଭାରତରେ ମଧ୍ୟ ମାରାଡୋନାଙ୍କର ଅନେକ ଫ୍ୟାନ ଅଛନ୍ତି । ଆର୍ଜେଣ୍ଟିନାର ରାଷ୍ଟ୍ରପତି ଭବନରେ ମାରାଡୋନାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା ।