ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ

ଆଇପିଏଲ୍‌-୨୦୨୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍‌ସ ଦମ୍‌ଦାର ବ୍ୟାଟିଂ ଏବଂ ବୋଲିଂ କରିଥିଲେ । ଟିମ୍‌ ଗୁଜରାଟ୍‌ ଟାଇଟନ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୬୩ ରନ୍‌ରେ ପରାସ୍ତ କରିଲା । ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଗୁଜରାଟ୍‌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୪୩ ରନ୍‌ରେ ଅଟକି ଥିଲା ।