ପ୍ଲେ-ଅଫରୁ ବାଦ ପଡିବ ସିଏସକେ!

ଆଇପିଏଲ-୨୦୨୨ର ୫୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା…

ମୁମ୍ବାଇ : ଆଇପିଏଲ-୨୦୨୨ର ୫୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୯୭ ରନ କରିଥିଲା । ଜବାବରେ ମୁମ୍ବାଇ ୧୪.୫ ଓଭରରେ ୧୦୩ ରନ କରି ମ୍ୟାଚକୁ ନିଜ ହାତକୁ ନେଇଥିଲା । ସେହିପରି ଚେନ୍ନାଇ ପକ୍ଷରୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସର୍ବାଧିକ ୩୬ ରନ୍‌ କରିଥିବାବେଳେ ବ୍ରାଭୋ ୧୨, ଅମ୍ବାତି ରାୟଡୁ ଓ ଦୁବେ ୧୦ ରନ୍‌ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଅନ୍ୟପକ୍ଷରେ ମୁମ୍ବାଇ ପକ୍ଷରୁ ଡାନିଏଲ ସାମ ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ମେରେଡିଥ ଓ କୁମାର କାର୍ତ୍ତିକେୟଙ୍କୁ ୨-୨ ୱିକେଟ ମିଳିଥିଲା ବେଳେ ଜସପ୍ରୀତ ବୁମରା ଓ ରମନଦୀପ ସିଂହ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

ସେହିପରି ମୁମ୍ବାଇ ପାଇଁ ତିଲକ ବର୍ମା ଅପରାଜିତ ୩୪ ରନ, ରୋହିତ ଓ ହ୍ରିତିକ ଉଭୟ ୧୮ରନ କରିଥିଲେ । ଅନ୍ୟପକ୍ଷରେ ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ସର୍ବାଧିକ ୩ଟି ୱିକେଟ ନେଇଥିଲା ବେଳେ ସିମରଜୀତ ସିଂହ ଓ ମୋଇନ ଅଲୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ତେବେ ଚଳିତ ଆଇପିଏଲ୍‌ରେ ଚେନ୍ନାଇ ପ୍ଲେ-ଅଫ ଦୌଡରୁ ବାଦ ପଡିବା ଆଶଙ୍କା ରହିଛି । ଚେନ୍ନାଇ ୧୨ ମ୍ୟାଚ ଖେଳିଥିବା ବେଳେ ୪ଟିରେ ବିଜୟଲାଭ କରିବା ସହ ମୋଟ ୮ ପଏଣ୍ଟ ହାସଲ କରିଛି ।