ପାକିସ୍ତାନ କରାଚୀରେ ଭୟଙ୍କର ବିସ୍ଫୋରଣ

ପାକିସ୍ତାନର କରାଚୀରେ ଏକ ଆତ୍ମଘାତୀ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନେକ…

କରାଚୀ : ପାକିସ୍ତାନର କରାଚୀରେ ଏକ ଆତ୍ମଘାତୀ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖର ଘରେ ଲାଗିଥିବା କାଚ ମଧ୍ୟ ଭାଙ୍ଗି ଯିବା ସହ ଏକାଧିକ ଗାଡି ମଧ୍ୟ ଜଳିପୋଡି ନଷ୍ଟ ହୋଇଯାଇଛି । ଏହି ବିସ୍ଫୋରଣ ପରେ ପୋଲିସ କହିଛି ଯେ ଘଟଣା କରାଚୀର ସଦର ଅଞ୍ଚଳରେ ଘଟିଛି । ଏହି କାରଣରୁ ଆଖପାଖ ଅଞ୍ଚଳରେ ନିଆଁ ଲାଗିଛି । ଏହି ବିସ୍ଫୋରଣ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ଲୋକମାନେ ପ୍ରାଣ ବଞ୍ଚାଇବା ପାଇଁ ଏଣେତେଣେ ଦୈଡୁଥିବା ଜଣାପଡିଥିଲା କରିଛନ୍ତି ।