ଅଗଷ୍ଟ ୧୫ରୁ ଆରମ୍ଭ ହେଊଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ |ଏହା ପୂର୍ବରୁ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ଗିଲ୍ଙ୍କ ଆଘାତ| ଗିଲ୍ ଗୁରୁବାର ଅଭ୍ୟାସ କରୁଥିବା ସମୟରେ ସେ ଡାହାଣ ହାତ ଆଙ୍ଗୁଠିରେ ଆଘାତ ପାଇଥିଲେ।ଏହି ଆଘାତ ଏତେ ଗୁରୁତ୍ବପୂର୍ଣ୍ଣ ଥିଲା ଯେ, ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ ତାଙ୍କୁ ବ୍ୟାଟିଂ ବନ୍ଦ କରିବାକୁ।
ଆଘାତ ପାଇଁ ଗିଲ୍ କଲମ୍ବୋର ଏନ୍ସିସି ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା କ୍ରିକେଟ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚର ଶୁକ୍ରବାର ପ୍ରଥମ ଦିନରେ ପଡ଼ିଆରେ ଅନୁପସ୍ଥିତ ଥିଲେ। ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ।
ଗିଲ ଅଭ୍ୟାସ ମ୍ୟାଚର ଶନିବାର ଦ୍ବିତୀୟ ଦିନରେ ପଡ଼ିଆକୁ ଆସୁଛନ୍ତି କି ନାହିଁ ତାହା ଉପରେ ନଜର ରହିଛି। ରିପୋର୍ଟ ମୁତାବକ ଗିଲ୍ ଆଙ୍ଗୁଠିରେ ଆଘାତ ପାଇଥିବାରୁ ପ୍ରଥମ ଟେଷ୍ଟ ଖେଳିବାକୁ ନେଇ ଆଶଙ୍କା ରହିଛି।