ଗପ୍ଟିଲଙ୍କୁ ପଛରେ ପକାଇଲେ ହିଟ୍‌ ମ୍ୟାନ

ରୋହିତ ବର୍ତ୍ତମାନ ୩୪୯୯ ରନ ରହିଛି….

ଦୁବାଇ: ଏସିଆ କପରେ ଖେଳାଯାଇଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଏକ ରେକର୍ଡ ସୃଷ୍ଟି କରିଥିଲେ । ସେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ ସ୍କୋରର ହୋଇଛନ୍ତି । ଏହି ମ୍ୟାଚରେ ରୋହିତ ୧୨ ରନ କରି ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲଙ୍କୁ ପଛରେ ପକାଇ ଦେଇଥିଲେ । ରୋହିତ ବର୍ତ୍ତମାନ ୩୪୯୯ ରନ ରହିଛି ।

ଏଥି ସହିତ ଗୁପ୍ଟିଲ ୩୪୯୭ ରନ କରିଛନ୍ତି । ଗପ୍ଟିଲ ୩୪୯୭ ରନ ସହ ଟି-୨୦ ରନ ତାଲିକାରେ ଶୀର୍ଷରେ ଥିବାବେଳେ ରୋହିତ ୩୪୮୭ ରନ ସହ ଦ୍ୱିତୀୟ ସ୍ଥାନରେ ଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷରେ ରୋହିତ ୧୨ ରନ କରି ଟି-୨୦ ସର୍ବାଧିକ ସ୍କୋରର ହୋଇଛନ୍ତି ।