କଂଗ୍ରେସ ଛାଡିଲେ ୬୪ ନେତା

ସମସ୍ତ ନେତା ଏକ ସଂଯୁକ୍ତ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି…..

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ସ୍ଥିତି ଦିନକୁଦିନ ବିଗିଡିବାରେ ଲାଗିଛି । ନିକଟରେ ବରିଷ୍ଠ ନେତା କଂଗ୍ରେସର ହାତ ଛାଡିବା ପରେ ଏବେ ଆଉ ଏକ ଝଟକା ଲାଗିଛି । ଜମ୍ମୁ-କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ୬୪ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପାର୍ଟିରୁ ଇସ୍ତଫା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସରୁ ଇସ୍ତଫା ଦେଇଥିବା ସମସ୍ତ ୬୪ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱଯୁକ୍ତ ପାର୍ଟିରେ ଯୋଗ ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ନେତା ଏକ ସଂଯୁକ୍ତ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି ।