ବେଙ୍ଗାଲୁରୁରେ ଭୟଙ୍କର ବର୍ଷା ବିତ୍ପାତ : ରାସ୍ତାରେ ସମୁଦ୍ର ଲହଡି

ରାସ୍ତାରେ ବନ୍ୟା ପରି ପାଣି ସୁଅ ମାରୁଥିବାରୁ ମଙ୍ଗଳବାର ବେଙ୍ଗାଲୁରୁରେ ଯାତାୟାତ ବଧାପ୍ରାପ୍ତ ହୋଇଛି…..

ବାଙ୍ଗାଲୁରୁ: ଦକ୍ଷିଣ ଭାରତରେ ଭୟଙ୍କର ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁ ପାଣିରେ ବୁଡ଼ିଲା କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ରାସ୍ତା । ସ୍କୁଲ, କଲେଜ୍‌ ବନ୍ଦ କଲେ ରାଜ୍ୟ ସରକାର । ରାସ୍ତାରେ ବନ୍ୟା ପରି ପାଣି ସୁଅ ମାରୁଥିବାରୁ ମଙ୍ଗଳବାର ବେଙ୍ଗାଲୁରୁରେ ଯାତାୟାତ ବଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁ ସ୍ଥିତି ସୋଚନୀୟ ହୋଇପଡ଼ିଥିବାରୁ ବେଙ୍ଗାଲୁରୁ ଡିଷ୍ଟ୍ରିକ୍ଟକ କମିଶନର କେ ଶ୍ରୀନିବାସ ଛୁଟି ଘୋଷଣା କରିଛନ୍ତି ।

ସମୋବାର ଠାରୁ ପ୍ରବଳ ବର୍ଷା ହୋଇଥିବାରୁ ବେଙ୍ଗାଲୁରୁର ଅନେକ ସ୍ଥାନରେ ପାଣି ଜମି ରାସ୍ତା ଜାମ ହୋଇଛି । ଗଛପତ୍ର ବି ଉପୁଡ଼ି ପଡ଼ିଛି । ଅନ୍ୟପକ୍ଷରେମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବର୍ଷା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ରେଭିନ୍ୟୁ ବିଭାଗ ସହ ଆଲୋଚନା କରି ଶଷ୍ୟ କ୍ଷତିଭରଣା ପାଇଁ ଆଲୋଚନା କରିବା ସହ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।