ହକି ବିଶ୍ୱକପ୍‌ ୨୦୨୩: ମାଲେସିଆକୁ ୪-୦ରେ ହରାଇଲା ନେଦରଲାଣ୍ଡ

ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା କେହି କାହାକୁ ଗୋଲ ଦେବାକୁ ସକ୍ଷମ ହୋଇ ନଥିଲେ…

ରାଉରକେଲା: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ମାଲେସିଆ-ନେଦରଲାଣ୍ଡ ହକି ମୁକାବିଲାରେ ମାଲେସିଆ ହାରିଯାଇଛି । ନେଦରଲାଣ୍ଡ ଲଢୁଆ ମନୋବୃତି ଧରି ମାଲେସିଆକୁ ମୁକାବିଲା କରିଥିଲା । ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା କେହି କାହାକୁ ଗୋଲ ଦେବାକୁ ସକ୍ଷମ ହୋଇ ନଥିଲେ । ନେଦରଲାଣ୍ଡ ଗୋଟିଏ ପେନାଲଟି ସୁଯୋଗ ପାଇଥିଲା ମାତ୍ର ତାକୁ ଗୋଲରେ ପରିଣତ କରିପାରିଲାନି । ତେବେ ଦ୍ୱିତୀୟାର୍ଦ୍ଧରେ ନେଦରଲାଣ୍ଡ ମାଲେସିଆକୁ ଦୁଇଟି ଗୋଲ ଦେଇଥିଲା । ମାଲେସିଆ ଗୋଟିଏ ପେନାଲଟି ସୁଯୋଗ ପାଇଥିଲେ ମଧ୍ୟ ହାତଛଡ଼ା କରିଥିଲା ।