ହକି ବିଶ୍ୱକପ୍‌ ୨୦୨୩: ଭୁବନେଶ୍ୱରରେ ନ୍ୟୁଜିଲାଣ୍ଡ ଦଳ

Hockey World Cup 2023..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ପୁରୁଷ ହକି ବିଶ୍ୱକପ୍‌-୨୦୨୩ ପାଇଁ ଶୁକ୍ରବାର ଭୁବନେଶ୍ୱରରେ ପହଂଚିଛି ନ୍ୟୁଜିଲାଣ୍ଡ ଦଳ । ଚଳିତ ବିଶ୍ୱକପ୍‌ ଖେଳିବା ଆଶାରେ ପଂଚମ ଦଳ ଭାବେ ନ୍ୟୁଜିଲାଣ୍ଡ ଭୁବନେଶ୍ୱର ବିମାନଘାଟିରେ ପାଦ ଦେଇଛି । ଖେଳାଳିମାନଙ୍କୁ ବିମାନଘାଟିରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦର୍ଶନ କରାଯାଇଛି ।

କଡ଼ା ସୁରକ୍ଷା ବଳୟରେ ଖେଳାଳିମାନେ ବିମାନଘାଟିରୁ ହୋଟେଲକୁ ଯାଇଥିଲେ । ପୂର୍ବରୁ ମାଲେସିଆ ଓ ବେଲଜିୟମ ଦଳ ଭୁବନେଶ୍ୱର ପହଂଚି ସାରିଛନ୍ତି । ବୁଧବାର ନେଦରଲାଣ୍ଡ ଓ ଗୁରୁବାର ଚିଲି ଦଳ ଭୁବନେଶ୍ୱରରେ ପହଂଚିଥିଲେ । ୧୩ ତାରିଖରୁ ହକି ମହା ମୁକାବିଲା ଆରମ୍ଭ ହେବ ।

ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦ୍‌ଘାଟନ ହୋଇସାରିଛି । ଉକ୍ତ ଷ୍ଟାଡ଼ିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱରେ ଅଦ୍ୱିତୀୟ କହିଥିବାରୁ ବିରୋଧୀ ଦଳ ସହି ପାରି ନଥିଲେ ।