ବିଶ୍ବକପ୍ ୨୦୨୩: ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷରେ ଦମ୍‌ଦାର ବିଜୟ ସହ ଭାରତ ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୩ ଟି ଲିଗ୍‌ ମ୍ୟାଚରେ ବିଜୟ ସହ ୬ ପଏଣ୍ଟ ହାସଲ କରିଛି। ଭାରତ-ପାକିସ୍ତାନ ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଭାରତ।

ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଅନେକ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ବି ଭାରତୀୟ ବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରି ଗୋଟିକ ପରେ ଗୋଟିଏ ଓ୍ବିକେଟ ନେଇଚାଲିଥିଲେ । ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ ।

ଆଜି ଖେଳାଯାଉଥିବା ଏହି ରୋମାଞ୍ଚକର ମୁକାବିଲାରେ ପ୍ରଥମେ ଭାରତୀୟ ବୋଲର ଦମ୍‌ ଦେଖାଇଥିଲା ବେଳେ ଭାରତୀୟ ବ୍ୟାଟର ମଧ୍ୟ ସେମାନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପଦର୍ଶନ କରିଛନ୍ତି। ଯାହା ଫଳରେ ଭାରତ ୩୦.୩ ଓଭରରେ ୩ ୱିକେଟ ହରାଇ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୧୯୨ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି।

ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଧିନାୟକ ରୋହିତ ଶର୍ମା । ସେ ୬୩ଟି ବଲରୁ ୬ ଛକା, ୬ ଚୌକା ସହ ୮୬ ରନ କରିଥିଲେ । ଶ୍ରେୟସ ଆୟର ଅପରାଜିତ ଅର୍ଦ୍ଧଶତକ (୫୩ ରନ) ହାସଲ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।