ଆଇପିଏଲ୍‌-୨୦୨୪: ପଂଜାବକୁ ୪ ୱିକେଟ୍‌ରେ ପରାସ୍ତ କରିଛି ବେଙ୍ଗାଲୁରୁ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ୨୦୨୪ର ଷଷ୍ଠ ମ୍ୟାଚ୍‌ରେ ସୋମବାର ପଞ୍ଜାବ କିଙ୍ଗ୍ସ(ପିବିକେଏସ୍)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ୪ ୱିକେଟ୍‌ରେ ପରାସ୍ତ କଲେ । ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବେଙ୍ଗାଲୁରୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୧୯.୨ ଓଭରରେ ୧୭୮ ରନ୍‌ କରିବା ସହିତ ମ୍ୟାଚ୍‌ ଜିତିଛି।