ଆଇପିଏଲ୍ ୨୦୨୫ ଫାଇନାଲ୍ : ଦଳ ପାଇଁ ଅଶୁଭ ପ୍ରମାଣିତ ହୋଇଛନ୍ତି କ୍ରିକେଟର ଯୁଜଭେନ୍ଦ୍ର ଚହଲ

ଯେକୌଣସି ଦଳ ପାଇଁ ଯୁଜଭେନ୍ଦ୍ର ଚହଲ ଜଣେ ହତଭାଗ୍ୟ ଖେଳାଳି ଭାବେ ପ୍ରମାଣିତ ହୋଇଛନ୍ତି । ସେ ଯୋଉ ଦଳକୁ ଯାଉଛନ୍ତି ସେ ଦଳକୁ ଫାଇନାଲରେ ପହଂଚାଇ ଅଳ୍ପକେ ହରାଇ ଦେଉଛନ୍ତି । ଏଭଳି ଅଶୁଭ ଖେଳାଳିଙ୍କ ଭବିଷ୍ୟତ କ’ଣ?

ମଙ୍ଗଳବାର ଦିନ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲ ଫାଇନାଲ ମ୍ୟାଚ୍‌ରେ ମାତ୍ର ୬ ରନ୍ ପାଇଁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହେବା ପରେ କ୍ରିକେଟର ଯୁଜଭେନ୍ଦ୍ର ଚହଲଙ୍କ ନିକଟରେ ଉଭେଇ ଯାଇଛି ଚମକ । ଆଇପିଏଲ୍ ଚଳିତ ସଂସ୍କରଣରେ ପଞ୍ଜାବ କିଙ୍ଗ୍‌ସ ୧୪ଟି ଲିଗ୍ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲା ଓ ତା’ ଭିତରୁ ୯ଟି ମ୍ୟାଚ୍ ଜିତିଥିଲା । ସମସ୍ତଙ୍କ ମନରେ ଗୋଟିଏ ଆଶା ଥିଲା, ଯୁଜଭେନ୍ଦ୍ର ଅଛନ୍ତି ମାନେ ପଞ୍ଜାବ କିଙ୍ଗ୍‌୍‌ସ ଚଳିତ ବିଜେତା ହେବ ।

ମାତ୍ର ୟେ କ’ଣ? ପଞ୍ଜାବ କିଙ୍ଗ୍‌ସ ହାତରୁ ଟଫି ଚାଲିଗଲା ତା’ ସହିତ ଚହଲଙ୍କ ଦକ୍ଷତାରେ ଦାଗ ଲାଗିଗଲା । ଚହଲ ହେଉଛନ୍ତି ପ୍ରଥମ ଖେଳାଳି ଯେ ଆଇପିଏଲ୍‌ର ତିନୋଟି ସଂସ୍କରଣରେ ତିନୋଟି ଦଳ ପକ୍ଷରୁ ତିନିଥର ଫାଇନାଲ ଖେଳିବାର ସୁଯୋଗ ପାଇ ଦଳ ପାଇଁ ହତଭାଗା ପ୍ରମାଣିତ ହୋଇଛନ୍ତି ।