ଆଇପିଏଲ ମେଗା ଅକ୍ସନ୍‌: ଦୁଇ ଓଡ଼ିଆ ଖେଳାଳି ଉପରେ ନଜର

ମୁମ୍ବାଇ : ଆଇପିଏଲ ମେଗା ଅକ୍ସନ୍‌ର ପ୍ରଥମ ଦିନରେ ଭାରତୀୟ କ୍ରିକେଟରଙ୍କ ଦବଦବା । ୩୮୮ କୋଟିରେ ନିଲାମ ହେଲେ ୭୪ ଜଣ ଖେଳାଳି । ଆଜି ଦ୍ୱିତୀୟ ଦିନରେ ଦୁଇ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଉପରେ ରହିବ ନଜର। ଦେଖିବା ସେମାନଙ୍କର ଭାଗ୍ୟ କଣ।

୧୦ କୋଟି ଉପରେ ୧୦ ଖେଳାଳି। ପ୍ରଥମ ଦିନରେ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି ଇଶାନ୍‌ କିଷାନ୍‌ । ତାଙ୍କୁ ୧୫ କୋଟି ୨୫ ଲକ୍ଷରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଉ ଜଣେ ଦାମୀ କ୍ରିକେଟର ଦୀପକ ଚହରଙ୍କୁ ୧୪ କୋଟିରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଶ୍ରେୟସ ଆୟାରଙ୍କୁ ୧୨ କୋଟି ୨୫ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ ।

ହର୍ଷଲ ପଟେଲ୍‌, ଶାର୍ଦ୍ଦୁଲ ଠାକୁର, ଓ୍ଵାନିନ୍ଦୁ ହସରଙ୍ଗା ଓ ନିକୋଲାସ ପୁରାନଙ୍କୁ ୧୦.୭୫ କୋଟିରେ ନିଲାମ ହୋଇଛନ୍ତି । ପେସ୍‌ ବୋଲର ଲୋକି ଫର୍ଗୁସନ୍‌ଙ୍କୁ ୧୦ କୋଟିରେ କିଣିଛି ଗୁଜରାଟ ଟାଇଟନ୍ସ । ଏପଟେ ପେସ୍‌ ବୋଲର ଅଭେଷ୍‌ ଖାନ୍‌ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୧୦ କୋଟିରେ କିଣିଛନ୍ତି ଫ୍ରାଞ୍ଚାଇଜ୍‌ ।