ଆଜିଠୁ କମିବ ଶୀତ, ୨୧ ରୁ ହେବ ବର୍ଷା

ଭୁବନେଶ୍ୱର : ଆଜିଠୁ କମିବ ଶୀତ । ଆସନ୍ତା ୨୧ ତାରିଖରୁ ରାଜ୍ୟରେ ହେବ ବର୍ଷା । ତେଣୁ ରାଜ୍ୟରୁ କ୍ରମଶଃ ଶୀତ ଗାଏବ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଉଭୟ ଦିନ ଓ ରାତି ତାପମାତ୍ରା ବଢ଼ିବ । ୧୪ ପରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ଓ ରାତିବେଳାର ତାପମାତ୍ରା ବଢ଼ିବ । ଆସନ୍ତା ୨୧ ତାରିଖରୁ ରାଜ୍ୟରେ ମେଘୁଆ ପାଗ ରହିବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ।