ଶ୍ରୀଲଙ୍କା ନୌସେନା ୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା

ରାମେଶ୍ୱରମ: ତାମିଲନାଡୁ ରାମେଶ୍ୱରମର ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଅଧିକାରୀମାନେ ଗିରଫ କରିଥିବା ଜଣାପଡିଛି। ସେହି ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କା ଜଳରାଶିରେ ପ୍ରବେଶ କରି ମାଛ ମାରୁଥିବା ଅଭିଯୋଗ ହୋଇଛି। ଶ୍ରୀଲଙ୍କା ନୌସେନା ମଧ୍ୟ ୨ଟି ମାଛଧରା ଟ୍ରଲର ଜବତ କରିଛି।

ଆନ୍ତର୍ଜାତିକ ସାମୁଦ୍ରିକ ଜଳରେଖା ଧାନୁଶକୋଡ଼ି ନିକଟରୁ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରାୟ ୨ ହଜାରରୁ ଅଧିକ ମତ୍ସ୍ୟଜୀବୀ ଗତ ଶନିବାର ସକାଳ ସମୟରେ ମାଛ ମାରିବା ପାଇଁ ରାମେଶ୍ୱରମ ଠାରୁ ବାହାରିଥିଲେ। ଇତିମଧ୍ୟରେ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିବା ଶ୍ରୀଲଙ୍କା ନୌସେନା ପକ୍ଷରୁ କୁହାଯାଇଛି।