ଆଇପିଏଲ ପାଇଁ ଇଂଲଣ୍ଡ କାଉଣ୍ଟିଂ କ୍ରିକେଟ ଛାଡିଲେ ମାଥ୍ୟୁ

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ପାଇଁ ଆଇପିଏଲ ପାଇଁ କାଉଣ୍ଟିଂ କ୍ଲବ୍‌ ଛାଡିଦେଲେ ମାଥ୍ୟୁ ୱେଡ । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୱିକେଟ୍‌ କିପର ତଥା ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ୍‌ ଚଳିତ ସିଜିନରେ ଅଧିକ ଦାମରେ ବିକ୍ରି ହୋଇଛନ୍ତି । ତେବେ ଏହି ବଡ ଡିଲ୍‌ ପରେ ସେ ଇଂଲଣ୍ଡ କାଉଣ୍ଟିଂ କ୍ରିକେଟ ଛାଡିଛନ୍ତି ମାଥ୍ୟୁ । ଗୁଜୁରାଟ ଦଳ ମାଥ୍ୟୁଙ୍କୁ ୨ କୋଟି ୪୦ ଲକ୍ଷରେ କିଣିଥିଲା ଯାହା ତାଙ୍କର ବେସ ପ୍ରାଇସ ୨ କୋଟି ଟଙ୍କା ।

ସୂଚନାଯୋଗ୍ୟ ଯେ ମାଥ୍ୟୁ ଇଂଲଣ୍ଡ କାଉଣ୍ଟିଂ କ୍ରିକେଟରେ ୱାରସିଷ୍ଟ ସାୟର କ୍ଲବ୍‌ ପାଇଁ ଖେଳିଥାନ୍ତି । କିନ୍ତୁ ଆଇପିଏଲ ନିଲାମି ପରେ ସେ ଇଂଲଣ୍ଡ କାଉଣ୍ଟିଂ କ୍ରିକେଟକୁ ଅଲବିଦା କରିଛନ୍ତି । ପୂର୍ବରୁ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳୁଥିଲେ । କିନ୍ତୁ ଏବେ ସେ ଗୁଜୁରାଟ ଟାଇଟନ୍ସ ପାଇଁ ଖେଳିବାକୁ ଯାଉଛନ୍ତି ।