ରାଜ୍ୟରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୫୩୪ ପଜିଟିଭ୍‌ ଚିହ୍ନଟ, ୧୮ମୃତ

ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ।୨୪ ଘଣ୍ଟାରେ ୫୩୪ କୋଭିଡ ପଜିଟିଭ୍‌ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୧୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୨୪ ଜଣ । ସେହିପରି ୧୮ ବର୍ଷରୁ କମ ବୟସ ଶିଶୁ ରହିଛନ୍ତି ୧୪୭ ଜଣ ।

ଖୋର୍ଦ୍ଧାରୁ ସର୍ବାଧିକ ୯୩ ନୂଆ କେସ୍‌ ରହିଛି। ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ଆଜି ଆଉ ୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୨୪ ଘଣ୍ଟାରେ ୫୦ ହଜାର ୫୩୬ ଟେଷ୍ଟିଂ ହୋଇଛି। ରାଜ୍ୟରେ ଏବେ ଆକ୍ଟିଭ୍‌ କେସ୍‌ ରହିଛି ୭ ହଜାର ୯୯।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୯୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।